Categories: ଜାତୀୟ

ପଦ୍ମଶ୍ରୀ ଶରିଫ୍‌: ଗତ ୨୭ ବର୍ଷ ଧରି କରୁଛନ୍ତି ଅଚିହ୍ନା ମୃତ ଦେହ ସଂସ୍କାର

ଅଯୋଧ୍ୟା,୨୬।୧: ଉତ୍ତରପ୍ରଦେଶ ଅଯୋଧ୍ୟାର ମହମ୍ମଦ୍‌ ଶରିଫ୍‌ଙ୍କୁ ୨୦୨୦ରେ ପଦ୍ମଶ୍ରୀ ସମ୍ମାନ ମିଳିବ ବୋଲି ଘୋଷଣା କରାଯାଇଛି। ଶରିଫ୍‌ ଗତ ୨୭ ବର୍ଷ ଧରି ଅଚିହ୍ନା ମୃତଦେହଙ୍କ ସଂସ୍କାର ଜାରି ରଖିଛନ୍ତି। ଇତିମଧ୍ୟରେ ସେ ୩ ହଜାର ହିନ୍ଦୁ ଏବଂ ଅଢ଼େଇ ହଜାର ମୁସଲମାନ୍‌ଙ୍କ ମୃତଦେହ ସଂସ୍କାର କରି ସାରିଛନ୍ତି। ୧୯୯୩ରେ ତାଙ୍କ ପୁଅ ସୁଲତାନପୁରକୁ ଔଷଧ ଆଣିବାକୁ ଯାଇଥିଲେ। ତେବେ ସେ ଆଉ ଫେରି ନ ଥିଲେ। ତାଙ୍କର ଏ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ବହୁ ଖୋଜାଖୋଜି ପରେ ମଧ୍ୟ ପୁଅଙ୍କର କୌଣସି ଖୋଜ୍‌ ଖବର ମିଳି ନ ଥିଲା। ଶେଷରେ ଏକ ମାସ ପରେ ଖବର ମିଳିଥିଲା ଯେ, ତାଙ୍କ ପୁଅଙ୍କ ମୃତଦେହକୁ କେହି ଜଣେ ଅପରିଚିତ ଲୋକ ସଂସ୍କାର କରିଛନ୍ତି। ପୁଅର ଶର୍ଟରେ ଥିବା ଟେଲରର ଟ୍ୟାଗ୍‌ରୁ ସଂସ୍କାର କରାଯାଇଥିବା ମୃତଦେହ ସମ୍ପର୍କରେ ଶରିଫ୍‌ ଜାଣି ପାରିଥିଲେ। ଏହି ଘଟଣା ଶରିଫ୍‌ଙ୍କ ମନରେ ଭାବାନ୍ତର ସୃଷ୍ଟି କରିଥିଲା। ସେବେଠାରୁ ସେ ଅଚିହ୍ନା ମୃତଦେହଗୁଡ଼ିକର ସଂସ୍କାର କାର୍ଯ୍ୟ ଜାରି ରଖିଛନ୍ତି।

Share