ଆଗ୍ରା,୨୬।୫: ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିବା ଜର୍ମାନୀର ୬୧ ବର୍ଷ ବୟସ୍କା ସମାଜସେବୀ ଫ୍ରିଡେରିକ୍ ଇରିନା ବର୍ନିଂଙ୍କ ଭାରତୀୟ ଭିଜା ସମୟ ସୀମା ବଢ଼ାଇବା ପାଇଁ ମନା କରାଯାଇଥିଲା। ଏହାପରେ ଫ୍ରିଡେରିକ୍ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେବାକୁ ଧମକ ଦେଇଛନ୍ତି। ଏନେଇ ସୁଷମା ସ୍ବରାଜ ରିପୋର୍ଟ ତଲବ କରିଛନ୍ତି। ଦେଶରେ ଫ୍ରିଡେରିକ୍ ଗୋ ସୁରକ୍ଷା ସମ୍ପର୍କିତ କାର୍ଯ୍ୟ କରୁଛନ୍ତି। ଏନେଇ ତାଙ୍କୁ ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି। ସେ ନିଜ ଭିଜା ଅବଧି ବଢ଼ାଇବା ପାଇଁ ବୈଦେଶୀକ ବ୍ୟାପାର ମନ୍ତ୍ରଣାଳୟରେ ଆବେଦନ କରିଥିଲେ। ତେବେ ତାଙ୍କ ଆବେଦନକୁ ଖାରଜ କରିଦିଆଯାଇଥିଲା। ଏଥିରେ ଉତ୍କ୍ଷୀପ୍ତ ହୋଇ ଫ୍ରିଡେରିକ୍ ଏଭଳି କରିଥିବା କୁହାଯାଉଛି।
Posted inଜାତୀୟ