Categories: ଜାତୀୟ

ପଦ୍ମ ପୁରସ୍କାର ପାଇଁ ଏପର୍ଯ୍ୟନ୍ତ ଆସିଲାଣି ୨୫ ହଜାର ଆବେଦନ

ନୂଆଦିଲ୍ଲୀ,୩୧।୮: ସମ୍ମାନ ଜନକ ପଦ୍ମ ପୁରସ୍କାର ୨୦୨୦ ପାଇଁ ଏପର୍ଯ୍ୟନ୍ତ ସରକାରଙ୍କ ପାଖରେ ୨୫ ହଜାର ଆବେଦନ ପହଞ୍ଚି ଥିବା ସୂଚନା ମିଳିଛି। ସେପ୍ଟେମ୍ବର ୧୫ ଆବେଦନର ଶେଷ ତାରିଖ ଥିବା ବେଳେ ଆହୁରି କିଛି ଆବେଦନ ପତ୍ର ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ପଦ୍ମ ଆଓ୍ବର୍ଡସ ପୋଟାଲ ଅନ୍‌ଲାଇନ୍‌ ମାଧ୍ୟମରେ ଏହି ଆବେଦନ କରାଯାଉଛି। ତେବେ ସରକାରୀ କର୍ମଚାରୀ ଅବା ପବ୍ଲିକ୍‌ ସେକ୍ଟର ଅଣ୍ଡର ଟେକିଂ(ପିଏସ୍‌ୟୁ)ରେ କାମ କରୁଥିବା ବ୍ୟକ୍ତି ବିଶେଷ ଏଥିପାଇଁ ଆବେଦନ କରିପାରିବେ ନାହିଁ। ହେଲେ ଏହି କ୍ଷେତ୍ରରେ ଥିବା ଡାକ୍ତର ଓ ବୈଜ୍ଞାନିକମାନେ ଏଥିପାଇଁ ଆବେଦନ କରିପାରିବେ।

Share