ପଦ ଛାଡ଼ିଲେ ଡବ୍ଲ୍ୟୁଟିଓ ମୁଖ୍ୟ

ଜାତିସଂଘ, ୧୬ା୫ : ମହାମାରୀ କରୋନା ଭୂତାଣୁ କବଳରେ ବିଶ୍ୱ କଲବଲ ହେଉଥିବା ବେଳେ ବାଣିଜି୍ୟକ ଓ ଆର୍ଥତ୍କ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଏହି ସମୟରେ ବିଶ୍ୱ ବାଣିଜ୍ୟ ସଙ୍ଗଠନ(ଡବ୍ଲ୍ୟୁଟିଓ)ର ମୁଖ୍ୟ ରୋବେର୍ଟୋ ଆଜେଭେଡୋ ସମାଲୋଚନାର ଶିକାର ହୋଇ ନିଜ ପଦ ଛାଡ଼ିଛନ୍ତି। ଗୁରୁବାର ଅନୁଷ୍ଠିତ ଡବ୍ଲ୍ୟୁଏଚ୍‌ଓ ବୈଠକରେ ସେ ଏଭଳି ଘୋଷଣା କରିଛନ୍ତି। ବର୍ଷକ ପୂର୍ବରୁ ସେ ନିଜ ପଦ ଛାଡ଼ି ଉତ୍ତରାଧିକାରୀ ନିଯୁକ୍ତି ଲାଗି ପଥ ପରିଷ୍କାର କରିଥିବା କହିଛନ୍ତିି। ବାଣିଜି୍ୟକ କାରବାର ହ୍ରାସ ଓ ଆର୍ଥତ୍କ କ୍ଷତି ଯୋଗୁ ତାଙ୍କୁ ହଟାଇବା ଲାଗି ବିଭିନ୍ନ ଆଡ଼ୁ ଚାପ ପଡ଼ୁଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡବ୍ଲ୍ୟୁଟିଓ କାର୍ଯ୍ୟଧାରାକୁ ସମାଲୋଚନା କରିଥିଲେ। ବାଣିଜି୍ୟକ କ୍ଷତି ସହ ଶିଳ୍ପାୟନକୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ କରିଥିଲେ। ବିକାଶୋନ୍ମୁଖୀ ରାଷ୍ଟ୍ରଗୁଡ଼ିକ ଚାଇନାକୁ ଫାଇଦା ପହଞ୍ଚାଉଥିବା ଅଭିଯୋଗ ଆଣିଥିଲେ। ଭାରତ ସହ ବାଣିଜି୍ୟକ ବିବାଦର ସମାଧାନ ଲାଗି ଆମେରିକା ଡବ୍ଲ୍ୟୁଟିଓ ଉପରେ ଚାପ ପକାଇ ଆସୁଥିଲା। କରୋନା ସ୍ଥିତି ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିବାରୁ ବାଧ୍ୟହୋଇ ନିଜ ପଦରୁ ହଟିଯାଇଥିବା ଆଜେଭେଡୋ ପ୍ରକାଶ କରିଛନ୍ତି।

Share