Categories: ଜାତୀୟ

ପଦ ଛାଡିଲେ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ

ଭୋପାଳ, ୭।୭: ଗତ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଜାରି ରହିଥିବା ଇସ୍ତଫା କ୍ରମରେ ସାମିଲ ହୋଇଛନ୍ତି ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ। କଂଗ୍ରେସ ଜାଜୀୟ ସାଧାରଣ ସଚିବ ପଦରୁ ସେ ରବିବାର ଇସ୍ତଫା ଦେଇଛନ୍ତି। ଟୁଇଟ୍‌ କରି ସେ ନିଜ ଇସ୍ତଫା ବିଷୟରେ ଜଣାଇଛନ୍ତି। ଗତ ନିର୍ବାଚନରେ ଦଳର ପରାଜୟକୁ ସ୍ବୀକାର କରି ସେ ରାହୁଲ ଗାନ୍ଧୀ ନିଜ ଇସ୍ତଫା ପତ୍ର ପଠାଇଦେଇଛନ୍ତି ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତିି, ଦଳର ସେବା କରିବା ପାଇଁ ମୋତେ ସୁଯୋଗ ଦିଆଯାଇଥିବାରୁ ଦଳ ଅଧ୍ୟକ୍ଷଙ୍କ ନିକଟରେ ମୁଁ କୃତଜ୍ଞ। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ ମଧ୍ୟ ପ୍ରଦେଶରେ ୨୯ ସିଟରୁ ୨୮ଟି ଆସନରେ ଭାଜପା ବାଜିମାତ୍‌ କରିଲା। ଗୁନା ଲୋକ ସଭା ଆସନରୁ ଲଗାତର ୪ଥର ବିଜୟୀ ହୋଇଆସୁଥିବା ସିନ୍ଧିିଆଙ୍କୁ ଚଳିତଥର ପରାଜୟର ମୁହଁ ଦେଖିବାକୁ ମିଳିଥିଲା।

Share