Categories: ଖେଳ

ପନ୍ତଙ୍କ ଉପରେ ପ୍ରବଳ ରାଗିଗଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ

ଦୁବାଇ,୫।୯: ଏସିଆ କପ ୨୦୨୨ର ସୁପର-୪ ରାଉଣ୍ଡର ଏକ ମ୍ୟାଚ୍‌ରେ ପାକିସ୍ତାନ ୫ ଉଇକେଟ୍‌ରେ ଭାରତକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତ ଆରମ୍ଭ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଭାରତ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଦୀନେଶ କାର୍ତ୍ତିକଙ୍କ ବଦଳରେ ଖେଳୁଥିବା ରିଷଭ ପନ୍ତ ଏହି ମ୍ୟାଚ୍‌ରେ ଖରାପ ସଟ୍‌ ଖେଳି ଆଉଟ୍‌ ହୋଇଥିଲେ। ସେ ଆଉଟ୍‌ ହୋଇ ଡ୍ରେସିଂ ରୁମ୍‌କୁ ଯିବା ପରେ ଅଧିନାୟକ ରୋହିତ ଶର୍ମା ତାଙ୍କ କ୍ଲାସ୍‌ ନେଇଥିଲେ।
ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ରୋହିତ ପନ୍ତଙ୍କୁ ବ ଡ୍ରେସିଂ ରୁମରେ ରାଗିକି କିଛି କହୁଥିବାର ନଜର ଆସିଛନ୍ତି। ଏହି ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳେ ଯେ ରୋହିତ ତାଙ୍କ ଉପରେ ବହୁତ ରାଗିଛନ୍ତି। କେମିଳି ସର୍ଟ ଖେଲାଯାଇଥାନ୍ତି ତାହା ମଧ୍ୟ ଆକ୍ସନ କରି ଦେଖାଉଛନ୍ତି।

Share