Categories: ଜାତୀୟ

ପବନଙ୍କ ରାଜକ୍ଷମା ଆବେଦନ ଖାରଜ: ଜାରି ହେବ ନୂଆ ଡେଥ୍‌ ଓ୍ବାରେଣ୍ଟ

ନୂଆଦିଲ୍ଲୀ,୪।୩: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାଙ୍କ ରାଜକ୍ଷମା ଆବେଦନ ବୁଧବାର ରାଷ୍ଟ୍ରପତି ରାମନାଥ ଖାରଜ କରିଛନ୍ତି। ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଖାରଜ କରିବା ପରେ ୪ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବା ବା ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି ପାଇଁ ଏକପ୍ରକାର ରାସ୍ତା ଖୋଲିଯାଇଛି। ଏହାପରେ ଅନ୍ୟ ୩ ଦୋଷୀଙ୍କ ସହ ପବନଙ୍କ ମଧ୍ୟ ସମସ୍ତ ଆଇନ ବିକଳ୍ପ ଶେଷ ହୋଇଯାଇଛି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ କ୍ଷମା ଆବେଦନ ଖାରଜ ହେବା ପରେ ଦୋଷୀ ପବନଙ୍କୁ ୧୪ ଦିନର ନୋଟିସ୍‌ ଦିଆଯିବ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ୧୪ ଦିନ ପରେ ଦୋଷୀଙ୍କୁ ଫାଶୀ ମିଳିପାରେ। ଅନ୍ୟଅପରପକ୍ଷେ ପଟିଆଲ ହାଉସ୍‌ କୋର୍ଟରେ ନିର୍ଭୟାଙ୍କ ଓକିଲ ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି ପାଇଁ ଆବେଦନ ଦାଖଲ କରିଛନ୍ତି।

Share