Categories: ଫୁରସତ

ପବନରୁ ପ୍ରସ୍ତୁତ ହେଉଛି ପାଣି, ବୋତଲର ଦାମ୍‌ ରହିଛି…

ଆଜିକାଲି ଦୁନିଆରେ କୌଣସି କଥା ଅସମ୍ଭବ ନୁହେଁ। ବୈଜ୍ଞାନିକମାନେ ସବୁ ଅସମ୍ଭବକୁ ସମ୍ଭବ କରିଦେଉଛନ୍ତି। ତେଲେଙ୍ଗାନାର ସିକନ୍ଦରାବାଦ୍‌ ରେଲଓ୍ବେ ଷ୍ଟେଶନକୁ ଦେଖୁନାହାନ୍ତି, ଏଠାରେ କେମିତି ପବନରୁ ପାଣି ପ୍ରସ୍ତୁତ ହୋଇ ବିକ୍ରି ହେଉଛି। ଗୋଟିଏ ବୋତଲର ପାଣି କିଣିଲେ ଦେବାକୁ ପଡ଼ିଥାଏ ମାତ୍ର ୮ ଟଙ୍କା। ଯଦି ଆପଣ ବୋତଲ ନେଇ ଯିବେ ତେବେ ୫ ଟଙ୍କାରେ ପାଣି ମିଳିିବ। ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ପାଣିକୁ ସ୍ବାସ୍ଥ୍ୟ ଉପଯୋଗୀ ଘୋଷଣା ମଧ୍ୟ କରାଯାଇଛି। ଗୁରୁବାର ସିକନ୍ଦରାବାଦ୍‌ ରେଲ୍‌ଓ୍ବେ ଷ୍ଟେଶନରେ ଏକ ମେଶିନ୍‌ ଲଗାଯାଇଛି। ଯେଉଁଥିରେ ଅଟୋମେଟିକ୍‌ ଓ୍ବାଟର ଜେନେରେଟର ଲାଗିଛି। ଯାହା ପ୍ରତିଦିନ ୧୦୦୦ ଲିଟର ପାଣି ପ୍ରସ୍ତୁତ କରୁଛି। ଏହାକୁ ଏକ ଷ୍ଟିଲ୍‌ ଟ୍ୟାଙ୍କରରେ ସଂରକ୍ଷିତ ରଖାଯାଉଛି। ଏହି ଟ୍ୟାଙ୍କର ପାଣିକୁ କେବେ ଖରାପ ହେବାକୁ ଦିଏ ନାହିଁ। ପବନରୁ ପାଣି ବାହାରିବା ପାଇଁ ମେଘଦୂତ ଉପାୟକୁ ମୈତ୍ରୀ ଆକ୍ୱାଟେକ୍‌ ‘ମେକ୍‌ ଇନ୍‌ ଇଣ୍ଡିଆ’ ସୁନ୍ଦର ଭାବରେ ବିକଶିତ କରିଛି। ରେଲ୍‌ଓ୍ବେ ଅଧିକାରୀଙ୍କ ମତରେ ଏହି ମେଶିନ୍‌ ପରିବେଶ ପାଇଁ ବେଶ୍‌ ଅନୁକୂଳ। ପ୍ରତି ଋତୁରେ ଏହା କାମ କରିପାରିବ। କୌଣସି ସ୍ରୋତ ଉପରେ ନିର୍ଭର ନ କରି ଏହାର ଅବିରତ ଜଳ ପ୍ରଦାନ କରିପାରିବାର କ୍ଷମତା ରହିଛି।
କେମିତି ପବନରୁ ପାଣି ପ୍ରସ୍ତୁତ ହୁଏ ଜାଣନ୍ତୁ:
ଏକ ପ୍ରଣାଳୀ ମାଧ୍ୟମରେ ପବନ ମେଶିନ୍‌ ଭିତରେ ପଶିଥାଏ। ଏଥିରୁ ସମସ୍ତ ଦୂଷିତ ପଦାର୍ଥକୁ ଛାଣି ଦିଆଯାଏ। ଏହା ପରେ ଯେତିକି ପବନ ବାକି ରହିଯାଏ ଏକ କୁଲିଂ ଚାମ୍ବର(ଶୀତଳ କକ୍ଷ)ରେ ପବନ ଥଣ୍ଡା ହୋଇଥାଏ। ଏହି ଥଣ୍ଡା ପବନ ପାଣିରେ ରୁପାନ୍ତରିତ ହୋଇଥାଏ ଏବଂ ବୁନ୍ଦା ବୁନ୍ଦା ହୋଇ ଟ୍ୟାଙ୍କରରେ ଜମା ହୋଇଥାଏ। ଏହି ପାଣିକୁ ପୁବର୍ବାର ଫିଲ୍‌ଟରିଂ କରାଯାଏ। ପାଣିକୁ ଅଲଟ୍ରା ଭାଓଲେଟ୍‌ କିରଣରେ ରଖିଦିଆଯାଏ। ଯେଉଁଥିରେ ପାଣିରେ ଥିବା ପ୍ରଦୂଷକ ତତ୍ତ୍ୱ ନଷ୍ଟ ହୋଇ ବିଶୁଦ୍ଧ ପାଣି ମିଳିଥାଏ।

Share