Categories: ଜାତୀୟ

ପବନରେ ଭାଙ୍ଗିଲା ଷ୍ଟାଡିୟମ ଗେଟ୍‌

ଅହମଦାବାଦ,୨୪ା୨(ପି.ଟି.): ଟ୍ରମ୍ପ୍‌ଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ ଅହମଦାବାଦରେ ନବନିର୍ମିତ ମୋଟେରା କ୍ରିକେଟ ଷ୍ଟାଡିୟମର ପ୍ରବେଶପଥ ଭାଙ୍ଗିଯାଇଛି। ଷ୍ଟିଲ୍‌ ରଡ୍‌ରେ ନିର୍ମିତ ଏହି ଗେଟ୍‌ ଫ୍ଲେକ୍ସକୁ ଆଚ୍ଛାଦିତ କରାଯାଇଥିଲା। ଭିଭିଆଇପିଙ୍କ ପ୍ରବେଶ ପାଇଁ ଉଦ୍ଦିଷ୍ଟ ଉକ୍ତ ଗେଟ୍‌ ପବନରେ ଢଳିପଡ଼ୁଥିବା ବେଳର ଦୃଶ୍ୟ ସ୍ଥାନୀୟ ଟିଭି ଚ୍ୟାନେଲଗୁଡ଼ିକରେ ପ୍ରସାରିତ ହୋଇଛି। ତେବେ ଏଥିରେ କେହି ଆହତ ହୋଇ ନ ଥିବା କ୍ରାଇମ୍‌ବ୍ରାଞ୍ଚ ସ୍ବତନ୍ତ୍ର ପୋଲିସ କମିଶନର ଅଜୟ ତୋମାର ସୂଚନା ଦେଇଛନ୍ତି।

Share