Categories: ଜାତୀୟ

ପବନ ବର୍ମାଙ୍କ ଉପରେ ବର୍ଷିଲେ ନୀତୀଶ

ପାଟନା,୨୩।୧: ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ଅଧ୍ୟକ୍ଷ ନୀତୀଶ କୁମାର ପାର୍ଟି ନେତା ପବନ ବର୍ମାଙ୍କ ଉପରେ ବର୍ଷିଛନ୍ତି। ପବନଙ୍କ ଚିଠିର ଉତ୍ତରରେ ନୀତୀଶ କଡା ଜବାବ ଦେଇଛନ୍ତି। ଗୁରୁବାର ସେ କହିଛନ୍ତି ପବନ ଯେଉଁ ଦଳରେ ଯୋଗ ଦେବାକୁ ଚାହୁଁଛନ୍ତି ଯାଇ ପାରନ୍ତି ମୋର ଶୁଭେଚ୍ଛା ତାଙ୍କ ସହ ରହିଛି। ନୀତୀଶ କହିଛନ୍ତି ଯଦି କାହାର କିଛି ଅଭିଯୋଗ ରହିଛି ତେବେ ସେ ଦଳ ମଧ୍ୟରେ ଅବା ଦଳର ବୈଠକରେ ଆଲୋଚନା କରିବା ଉଚିତ। ହେଲେ ଏଭଳି ଧରଣର ସାର୍ବଜନୀନ ବୟାନ ଆଶ୍ଚର୍ଯ୍ୟ ଲାଗୁଛି। ପବନଙ୍କ ଉଦ୍ଦେଶ୍ୟରେ ନୀତୀଶ ଏଭଳି କଥା କହିଛନ୍ତି। ଏହାପରେ ପବନ ନୀତୀଶଙ୍କ ବୟାନକୁ ସ୍ବାଗତ କରିବା ସହ କହିଛନ୍ତି କାହାକୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନ ଥିଲା। ତେବେ ସେ ତାଙ୍କ ଚିଠିର ଉତ୍ତରକୁ ଅପେକ୍ଷା ରଖିଛନ୍ତି ଏହାପରେ ସେ ଆଗକୁ ବଢିବେ ବୋଲି କହିଛନ୍ତି।

Share