Categories: ଜାତୀୟ

ପବିତ୍ର ମୋହନ ଦାସଙ୍କୁ ମିଳିଲା ଜାତୀୟ ଶିକ୍ଷକ ପୁରସ୍କାର

ନୂଆଦିଲ୍ଲୀ, ୬-୯(ପି.ଟି.):ଗୁରୁଦିବସରେ ଭାରତର ୪୬ ଶିକ୍ଷକଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଜାତୀୟ ଶିକ୍ଷକ ପୁରସ୍କାର-୨୦୧୯ରେ ସମ୍ମାନିତ କରିଛନ୍ତି। କୋରାପୁଟର ବୋରିଗୁମାସ୍ଥିତ ପ୍ରୋଜେକ୍ଟ ୟୁପି ସ୍କୁଲ ଶିକ୍ଷକ ପବିତ୍ର ମୋହନ ଦାସ ଏହି ଅବସରରେ ସମ୍ମାନିତ ହୋଇଛନ୍ତି। ବିଜ୍ଞାନ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶାଙ୍କ ଓ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଶମରାଓ ଧୋତ୍ରେ ଉପସ୍ଥିତ ଥିଲେ। ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ସିକିମ, ରାଜସ୍ଥାନ ଓ ଝାଡ଼ଖଣ୍ଡର ଶିକ୍ଷକମାନଙ୍କୁ ସେମାନଙ୍କ କାର୍ଯ୍ୟ ନିପୁଣତା ଲାଗି ଏହି ସମ୍ମାନ ପ୍ରଦାନ କରାଯାଇଛି। ପ୍ରଥମ ଥର ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ସେନା ସ୍କୁଲ ଶିକ୍ଷକଙ୍କୁ ଏଥର ସମ୍ମାନିତ କରାଯାଇଛି ବୋଲି ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ସମ୍ମାନିତ ଶିକ୍ଷକଙ୍କୁ ଏକ ସିଲ୍‌ଭର ମେଡାଲ, ମାନପତ୍ର ସହ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି।

Share