Categories: ଖେଳ

ପବ୍‌ଜୀ ମୋବାଇଲ କପ୍‌ ଓପନ: ବିଜେତାଙ୍କୁ ମିଳିବ ୧.୨୮ କୋଟି

କୁଆଲଲାମ୍ପୁର,୨୯।୧୧- ଯୋଗ୍ୟତା ପର୍ଯ୍ୟାୟ ଶେଷ ହେବା ପରେ ପବଜୀ ମୋବାଇଲ କ୍ଲବ ଓପନ ଫଲ ସ୍ପିଲ୍ଟର ଫାଇନାଲ ଆରମ୍ଭ ହେବାକୁ ଯାଉଛି। ଏବେ ୧.୨୮ କୋଟି ଟଙ୍କାର ପୁରସ୍କାର ରାଶି ଓ ଟ୍ରଫି ହାତେଇବା ପାଇଁ ଟପ ୧୬ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବେ। ପ୍ରତିଯୋଗିତାର ଫାଇନାଲ ମାଲେସିଆର କୁଆଲାଲମ୍ପୁରସ୍ଥିତ ପୁଟ୍ରା ଓ୍ବାଲର୍‌ଡ ଟ୍ରେଡ ସେଣ୍ଟର (ପିଡବ୍ଲ୍ୟୁଟିସି)ଠାରେ ଅନୁଷ୍ଠିତ ହେବ। ଭାରତ ପକ୍ଷରୁ ଏନିଟି ଗେମିଂ ପ୍ରତିନିଧିତ୍ୱ କରୁଛି। ୩ ଦିନ ଧରି ଚାଲିବାକୁ ଥିବା ଫାଇନାଲ ମ୍ୟାଚ୍‌ର ସିଧାପ୍ରସାରଣ ୟୁଟ୍ୟୁବରେ କରାଯିବ।

Share