ପରକୀୟାପ୍ରୀତିରୁ ସିଙ୍ଗାରମୁଣ୍ଡା ଗାଁରେ ଯୁବକଙ୍କୁ ହତ୍ୟା, ୨ ଅଟକ

ବଡ଼ଗାଁ, ୨୦।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ସିଙ୍ଗାରମୁଣ୍ଡା ଗ୍ରାମରେ ଶୁକ୍ରବାର ରାତି ପ୍ରାୟ ୯ଟାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ଦଧି ସାରପଟିଆ(୩୮)। ଗୁରୁତର ଅବସ୍ଥାରେ ଦଧିଙ୍କୁ ବଡଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକତ୍ସା ପରେ ରାଉରକେଲା ଆଇଜିଏଚ୍‌କୁ ନିଆଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ରାତି ପ୍ରାୟ ୧୧ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାର ତଦନ୍ତକରି ପୋଲିସ ଉକ୍ତ ଗ୍ରାମର ୨ଜଣଙ୍କୁ ଥାନାରେ ଅଟକ ରଖିଛି। ପରକୀୟାପ୍ରୀତି ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି।