ପରକୀୟା ପ୍ରୀତିର କୁପରିଣତି: ସ୍ତ୍ରୀର ପ୍ରେମିକାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ

ଜଳେଶ୍ବର,୧୧।୨(ସ୍ବ.ପ୍ର.): ପରକୀୟା ପ୍ରୀତିର କୁପରିଣତି ସ୍ବରୂପ ସ୍ତ୍ରୀର ପ୍ରେମିକାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ବାମୀଙ୍କ ଆତ୍ମସମର୍ପଣ। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲା ରାଇବଣିଆ ଥାନା ଅନ୍ତର୍ଗତ ଦୁଧିଆଖାଳି ଗାଁରେ। ମୃତ ପ୍ରେମିକ ହେଲେ ପ୍ରଶାନ୍ତ ଦାସ ।
ସୂଚନାଯୋଗ୍ୟ, ବିଶ୍ବମ୍ବର ବେହେରା ସ୍ତ୍ରୀଙ୍କର ଅନ୍ୟ ଯୁବକ ସହ ସମ୍ପର୍କ ଥିବା ସନ୍ଦେହ କରୁଥିଲେ। ଏହାକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅନେକ ଥର ପାଟିତୁଣ୍ଡ ହେଉଥିଲା। ଏ ନେଇ ପ୍ରତିଶୋଧ ପରାୟଣ ହୋଇ ଯୋଜନାବଦ୍ଧ ଭାବେ ସ୍ତ୍ରୀଙ୍କ ତଥାକଥିତ ପ୍ରେମିକଙ୍କୁ ଟାଙ୍ଗିଆରେ ହାଣି ସେ ହତ୍ୟା କରିଛନ୍ତି। ପରେ ବିଶ୍ବମ୍ବର ରାଇବଣିଆ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ଯାଞ୍ଚ ଜାରି ରଖିଛି।

Share