Categories: ରାଜ୍ୟ

ପରକ୍ରୀୟା ପ୍ରୀତି ନେଲା ଜୀବନ

ଅନୁଗୋଳ ଅଫିସ,୨୫।୫: ଅନୁଗୋଳ ସହର ଉପକଣ୍ଠରେ ପରକ୍ରିୟା ପ୍ରୀତି ଯୋଗୁଁ ୨ଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଚଣ୍ଡି ବଜାର ନିକଟରେ ଥିବା ଏକ ଜଙ୍ଗଲିଆ ସ୍ଥାନରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇ ଜଣ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ମୃତ ୨ଜଣ ହେଲେ କୁମଣ୍ଡର ଚଣ୍ଡିଛକର ରଞ୍ଜନ ସାହୁ ଓ ବାଳୁଆକଟାର ସୁଜାତା ସାହୁ ବୋଲି ଜଣାପଡ଼ିଛି। ଉଭୟ ସମ୍ପର୍କରେ ଶଳା ଭାଉଜ ଓ ଭେଣେଇ। ସୂଚନାଯୋଗ୍ୟ, ଉଭୟ ୩-୪ ଦିନ ହେଲା ଘରୁ ଫେରାର ହୋଇଯାଇଥିଲେ। ତେବେ ଶନିବାର ସକାଳେ ଉକ୍ତ ଜଙ୍ଗଲରୁ ସେମାନଙ୍କ ମୃତଦେହ ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛି।

Share