ପରଜଙ୍ଗରେ ନୃସିଂହ, କାମାକ୍ଷାନଗରରେ ପ୍ରଫୁଲ୍ଲ ବିଜୟୀ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ଜିଲା କାମାକ୍ଷାନଗର ବିଧାନସଭା ଆସନରୁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବିଜୟୀ ହୋଇଛନ୍ତି। ସେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଶତ୍ରୁଘ୍ନ ଜେନାଙ୍କୁ ପରାସ୍ତ କରିଛନ୍ତି। ୧୫ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପ୍ରଫୁଲ୍ଲ ବାଜିମାତ କରିଥିବା ଜଣାପଡ଼ିଛି।
ସେହିପରି ପରଜଙ୍ଗ ନିର୍ବାଚନମଣ୍ଡଳୀରେ ଭାଜପା-ବିଜେଡି ମଧ୍ୟରେ କଡ଼ା ଟକ୍କର ହୋଇଥିବାବେଳେ ଶେଷ ମୁହୂର୍ତ୍ତରେ ବାଜି ମାରିନେଇଛନ୍ତି ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ତଥା ଭାଜପାର ବିଭୂତି ପ୍ରଧାନଙ୍କୁ ୭୦୦ରୁ ଊର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି। ଉଭୟ ଆସନରେ କଂଗ୍ରେସ ଦୁର୍ବଳ ପ୍ରଦର୍ଶନ କରିବା ସହ ୩ୟ ସ୍ଥାନରେ ସନ୍ତୁଷ୍ଟ ହୋଇଛି।