ପରଜଙ୍ଗ ବିଧାନସଭା:ବିଭୂତି ପ୍ରଧାନ ୨୮୩୩ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ଭାଜପା ଭଲ ପ୍ରଦର୍ଶନ ଜାରି ରଖିଛି। ୮ର୍ଥ ରାଉଣ୍ଡ ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ସେ ୧୮,୪୦୨ଭୋଟ ପାଇଛନ୍ତି। ତାଙ୍କ ପଛକୁ ମନ୍ତ୍ରୀ ତଥା ବିଜେଡି ଡା. ନୃସିଂହ ଚରଣ ସାହୁ ୧୫,୫୬୯ ଏବଂ କଂଗ୍ରେସର ଯଶସ୍ବିନୀ ରାଉତ ୧,୭୩୮ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ନୃସିଂହଙ୍କଠାରୁ ବିଭୂତି ୨୮୩୩ ଖଣ୍ଡ ଭୋଟରେ ଆଗରେ ଅଛନ୍ତି।