ପରଜଙ୍ଗ ବିଧାନସଭା: ବିଭୂତି ପ୍ରଧାନ ୨୬୬୦ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ଭାଜପା ଭଲ ପ୍ରଦର୍ଶନ ଜାରି ରଖିଛି। ୭ର୍ଥ ରାଉଣ୍ଡ ଶେଷସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ସେ ୧୬,୭୬୫ ଭୋଟ ପାଇଛନ୍ତି। ତାଙ୍କ ପଛକୁ ମନ୍ତ୍ରୀ ତଥା ବିଜେଡିର ଅନ୍ୟତମ ହେଭିଓ୍ବେଟ ନେତା ନୃସିଂହ ଚରଣ ସାହୁ ୧୪,୧୦୫ ଏବଂ କଂଗ୍ରେସର ଯଶସ୍ବିନୀ ରାଉତ ୧,୬୧୯ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ନୃସିଂହଙ୍କଠାରୁ ବିଭୂତି ୨୬୬୦ ଖଣ୍ଡ ଭୋଟରେ ଆଗରେ ଅଛନ୍ତି।