ପରଦାକୁ ଆସିବ ‘ବାଲା’, ଜାଣନ୍ତୁ କେମିତି ହୋଇଥିଲା ଫିଲ୍ମର ନାମକରଣ

ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅପକମିଂ ଫିଲ୍ମ ‘ବାଲା’ ନଭେମ୍ବର ୭ରେ ପରଦା ଉପରକୁ ଆସିବାକୁ ଯାଉଛି। ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଏହାର ଟାଇଟେଲକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ତେବେ ଟାଇଟେଲ ପଛର ରହସ୍ୟକୁ ଉନ୍ମୋଚନ କରିଛନ୍ତି ଆୟୁସ୍ମାନ। ସେ ନିଜେ ହିଁ ଫିଲ୍ମର ଟାଇଟେଲ ପାଇଁ ପ୍ରସ୍ତାବ ଦେଇଥିବା କହିଛନ୍ତି। ଫିଲ୍ମର କାହାଣୀକୁ ନେଇ ଏକ ମଜାଦାର ଟାଇଟେଲ ଆବଶ୍ୟକ ଥିଲା। ବହୁ ଆଲୋଚନା ପରେ ଶେଷରେ ‘ବାଲା’ ହିଁ ରଖାଯାଇଥିଲା ବୋଲି ସେ କହିଛନ୍ତି। ଫିଲ୍ମର ଟିଜରରୁ ଜଣାପଡୁଛି ଆୟୁଷ୍ମାନ ଚନ୍ଦାପଣ ସମସ୍ୟା ଭୋଗୁଛନ୍ତି। ଏଥିରେ ଆହୁରି ବି ଦେଖିବାକୁ ମିଳିଛି ଯେ ଆୟୁଷ୍ମାନ ଏକ ଟୋପି ପିନ୍ଧି ତାଙ୍କ ଚନ୍ଦା ମୁଣ୍ଡକୁ ଲୁଚାଉଛନ୍ତି। ୫୭ ସେକେଣ୍ଡର ଏହି ଟିଜର୍‌ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି। ଏଥିରୁ ଲାଗୁଛି ସବୁ ଫିଲ୍ମ ପରି ଏହି ଫିଲ୍ମରେ ବି ଆୟୁଷ୍ମାନ କିଛି କମାଲ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଭୂମି ପେଦେନକର ଅଭିନୟ କରୁଛନ୍ତି।

Share