ପରଦାକୁ ଆସୁଛି ‘ଇଣ୍ଡିଆନ୍‌-୨’

ସୁପରଷ୍ଟାର କମଲ ହାସନ ନିଜ ଆଗାମୀ ଫିଲ୍ମ ଇଣ୍ଡିଆନ୍‌-୨କୁ ନେଇ ବ୍ୟସ୍ତ ଅଛନ୍ତି। ପାଖାପାଖି ୪୦ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମର ଶୁଟିଂ ଏବେ ଭୋପାଳରେ ଚାଲିଛି। ଫିଲ୍ମଟି ଆକ୍ସନ ଥ୍ରୀଲର୍‌ ଉପରେ ଆଧାରିତ ହୋଇଛି। ଫିଲ୍ମରେ ଅଭିନେତା ଅନିଲ କପୁରଙ୍କୁ ନେଗେଟିଭ୍‌ ଚରିତ୍ରରେ ଦେଖିବାକୁ ମିଳିବ। ଫିଲ୍ମଟି ୧୯୯୬ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଇଣ୍ଡିଆନ୍‌’ର ସିିକ୍ୱେଲ ବୋଲି କୁହାଯାଉଛି। କମଲ ହାସନଙ୍କ ବ୍ୟତୀତ ଫିଲ୍ମରେ ସିଦ୍ଧର୍ଥ, ରକୁଲ ପ୍ରୀତ ସିଂ ଏବଂ କାଜଲ ଅଗ୍ରଓ୍ବାଲ ମୁଖ୍ୟ ଚରିତ୍ରରେ ନଜର ଆସିବେ।

Share