ପରଦାକୁ ଫେରିଲେ ‘ଡ୍ରିମ ଗର୍ଲ’

ବଲିଉଡ୍‌ର ‘ଡ୍ରିମ ଗର୍ଲ’ ହେମାମାଳିନୀ ଫିଲ୍ମ ‘ଶିମଲା ମିର୍‌ଚି’ ଜରିଆରେ ପୁଣିଥରେ ପରଦାକୁ ଫେରିଛନ୍ତି। ଏହି ଫିଲ୍ମରେ ହେମାମାଳିନୀ ନିଜଠୁ ୩୬ ବର୍ଷ ସାନ ଅଭିନେତା ରାଜ କୁମାର୍‌ ରାଓଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳଛି। ରାଜକୁମାର ଏବଂ ହେମାଙ୍କ ବ୍ୟତୀତ ଏହି ଫିଲ୍ମରେ ରକୁଲ ପ୍ରୀତ୍‌ ନଜର ଆସଛନ୍ତି। ଏହି ଫିଲ୍ମଟିର ଶୁଟିଂ ୨୦୧୪ ମସିହାରୁ ସରିଲାଣି। ହେଲେ କୌଣସି କାରଣରୁ ଏହା ରିଲିଜ ହୋଇପାରି ନ ଥିଲା। କିନ୍ତୁ ବର୍ତ୍ତମାନ ଏହି ଫିଲ୍ମଟି ୫ ବର୍ଷ ପରେ ଶୁକ୍ରବାର ପରଦାକୁ ଆସିଛି। ଗତ କିଛି ବର୍ଷ ଭିତରେ ରାଜ କୁମାରଙ୍କ ଫିଲ୍ମଗୁଡିକ ବେଶ ଭଲ ପ୍ରଦର୍ଶନ କରିଛି। ଦର୍ଶକଙ୍କୁ ତାଙ୍କ ଅଭିନୟ ପସନ୍ଦ ଆସୁଛି। ତେଣୁ ରାଜକୁମାର୍‌ ଓ ହେମାଙ୍କ ଯୋଡି ପାଇଁ ଫିଲ୍ମଟି ବକ୍ସ ଅଫିସ୍‌ ଭଲ ପ୍ରଦର୍ଶନ କରିବ ବୋଲି ନିର୍ମାତା ଆଶା ରଖିଛନ୍ତି।

Share