ପରଦାରେ ଇନ୍ଦିରା ଗାନ୍ଧୀ ହେବେ ଏହି ଅଭିନେତ୍ରୀ

ଆକ୍ସନ ପିରିୟଡ ଡ୍ରାମା ଫିଲ୍ମ ‘କେଜିଏଫ ଚ୍ୟାପ୍ଟର ୧’ ସୁପରହିଟ ହେବା ପରେ ଏବେ ଏହାର ସିକ୍ୱେଲ ନିର୍ମାଣ ଚାଲିଛି। ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ସୁପର୍‌ହିଟ୍‌ ଫିଲ୍ମ ‘କେଜିଏଫ୍‌’ର ସିକ୍ୱେଲରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବେ ବୋଲି ଜଣାପଡିଛି। ଏନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି। କେଜିଏଫ ଚ୍ୟାପ୍ଟର ୧ ବକ୍ସ ଅଫିସରେ ଭଲ କଲେକ୍ସନ କରିବା ସହ ଫିଲ୍ମ କାହାଣୀକୁ ମଧ୍ୟ ପସନ୍ଦ କରିଥିଲେ ଦର୍ଶକ। ଏହି ଫିଲ୍ମ ହିନ୍ଦୀ ସମେତ ତାମିଲ, ତେଲୁଗୁ, ମାଲାୟାଲମ ଭାଷାରେ ମଧ୍ୟ ରିଲିଜ ହୋଇଥିଲା। କେଜିଏଫ ଚ୍ୟାପ୍ଟର ୱାନ ଭଳି ଚ୍ୟାପ୍ଟର ୨ରେ ମଧ୍ୟ ନଜର ଆସିବେ ସାଉଥ ସୁପରଷ୍ଟାର ୟଶ ଓ ଶ୍ରିନିଧି ସେଟ୍ଟୀ।

Share