ପରଦାରେ ଏମିତି ସିନ୍‌ କରିଥିଲେ ମାଧୁରୀ, ଯାହାକୁ ନେଇ ଆଜି ବି ଅନୁତପ୍ତ

ମାଧୁରୀ ଦୀକ୍ଷିତ ଖାଲି ଧକ୍‌ଧକ୍‌ ଗାର୍ଲ ନୁହନ୍ତି, ତାଙ୍କର ପ୍ରତି ଫିଲ୍ମରେ ରହିଛନ୍ତି କୋଟି କୋଟି ପ୍ରଶଂସକ। ମାଧୁରୀଙ୍କ ଅଭିନୀତ ଫିଲ୍ମ ଦେଖିଲେ ଯେ କେହି ଦିବାନା ହୋଇଯିବେ। ୧୫ ମେ ଅର୍ଥାତ ବୁଧବାର ତାଙ୍କ ଜନ୍ମଦିନ। ଏପରି ଏକ ଖାସ୍‌ ଦିନରେ ସେ ତାଙ୍କ ଫିଲ୍ମ କ୍ୟାରିଅର  ସମ୍ପର୍କରେ କିଛି କହିଛନ୍ତି। ଏକ ଫିଲ୍ମ ପରଦାରେ ସେ ଏମିତି ସିନ୍‌ କରିଥିଲେ ଯାହାକୁ ନେଇ ଆଜି ମଧ୍ୟ ଅନୁତାପ କରୁଛନ୍ତି। ଇଣ୍ଡଷ୍ଟ୍ରିରେ ସଂଘର୍ଷ କରିଥିବା ମାଧୁରୀ ଏହି ଫିଲ୍ମରେ ଅଭନୟ କରିବାକୁ ହଁ ମାରିଥିଲେ ସିନା; କିନ୍ତୁ ତାଙ୍କଠାରୁ ବୟସରେ ଏତେବର୍ଷ ବଡ଼ ହିରୋଙ୍କ ସହିତ ଅଭିନୟ କରିବାକୁ ଚାହୁଁ ନ ଥିଲେ। ଯାହା ବି ହେଉ ଫିଲ୍ମର ଶୁଟିଂ ହୋଇଥିଲା। ହେଲେ ମାଧୁରୀ ଜାଣି ନ ଥିଲେ ଏହି ଫିଲ୍ମରେ ଏମିତି ସିନ୍‌ ଅଛି ଯାହାକୁ ନେଇ ସେ ଜୀବନସାରା ଅନୁତାପ କରିବେ।

‘ଦୟାବାନ’ଫିଲ୍ମରେ ତାଙ୍କଠାରୁ ବସୟରେ ୨୧ ବର୍ଷ ବଡ଼ ବିନୋଦ ଖାନ୍ନାଙ୍କ ସହିତ ମାଧୁରୀ ଅଭିନୟ କରିଥିଲେ। ସେତେବେଳେ ମାଧୁରୀଙ୍କୁ ୨୧ ବର୍ଷ ହୋଇଥିବାବେଳେ ବିନୋଦଙ୍କୁ ୪୨ ବର୍ଷ। ଫିଲ୍ମରେ ମାଧୁରୀ ଏବଂ ବିନୋଦଙ୍କ ସହିତ କିଛି ଅନ୍ତରଙ୍ଗ ସିନ୍‌ ଥିଲା। ଏହି ସିନ୍‌ ମାଧୁରୀ କେବେ କରିବେ ନାହିଁ ବୋଲି ଫ୍ୟାନମାନେ ନିଶ୍ଚିତ ଥିଲେ। କିନ୍ତୁ ଫିଲ୍ମ ରିଲିଜ ହେବା ପରେ ଏହି ଅନ୍ତରଙ୍ଗ ସିନ୍‌ ସମ୍ପର୍କରେ ମାଧୁରୀଙ୍କୁ ଯେତେବେଳେ ପଚରାଗଲା ସେ କହିଥିଲେ, କିସ୍‌ ସିନ୍‌ କରିବାକୁ ସେ ଆଦୌ ରାଜି ନ ଥିଲେ। ଏପରିକି ଆଜିପର୍ଯ୍ୟନ୍ତ ଏମିତି ବୋଲ୍ଡ ସିନ୍‌ କୌଣସି ଫିଲ୍ମରେ ଦେଇନାହାନ୍ତି। ଯା

Share