ପରଦାରେ ରଣବୀର, ଶ୍ରଦ୍ଧାଙ୍କ ଜମିବ ଯୋଡ଼ି

‘ପ୍ୟାର୍‌ କା ପଞ୍ଚନାମା’ ଓ ‘ସୋନୁ କେ ଟିଟୁ କୀ ସ୍ବିଟି’ ଭଳି ଫିଲ୍ମ ନିର୍ମାଣ କରିଥିବା ନିର୍ଦ୍ଦେଶକ ଲଭ୍‌ ରଞ୍ଜନଙ୍କ ଆଗାମୀ ସିନେମାରେ ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ ଯୋଡ଼ି ରୋମାନ୍ସ କରୁଥିବା ଦେଖିବାକୁ ମିଳିବ। ‘ସାହୋ’ ଓ ‘ଛିଛୋରେ’ ଦମଦାର୍‌ ଅଭିନୟ ପରେ ସେମାନେ ଆଗାମୀ ଫିଲ୍ମର ଶୁଟିଂ ଆରମ୍ଭ କରିଛନ୍ତି। ସେହିପରି ରଣବୀର ଏବେ ଆଲିଆ ଭଟ୍ଟ ଓ ଅମିତାଭ ବଚ୍ଚନଙ୍କ ସହିତ ‘ବ୍ରହ୍ମାସ୍ତ୍ର’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହାପରେ ସେ ଶ୍ରଦ୍ଧାଙ୍କ ସହ ଶୁଟିଂରେ ଯୋଗଦେବେ। ଖୁବ୍‌ଶୀଘ୍ର ବରୁଣ ଧାୱନଙ୍କ ସହିତ ଶ୍ରଦ୍ଧାଙ୍କ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ ଡି’ ରିଲିଜ୍‌ ହେବାକୁ ଯାଉଛି। ଏହାର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏଥିରେ ଶ୍ରଦ୍ଧା କପୁର ପାକିସ୍ତାନୀ ଡ୍ୟାନ୍ସର ଓ ବରୁଣ ଧାୱନ ଭାରତୀୟ ଡ୍ୟାନ୍ସର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ଫିଲ୍ମର ଟ୍ରେଲରରେ ଭାରତ-ପାକିସ୍ତାନର ଡ୍ୟାନ୍ସ ମୁକାବିଲା ଦେଖାଯାଇଛି। ବରୁଣ ଓ ଶ୍ରଦ୍ଧାଙ୍କ ଟକ୍କର ଟ୍ରେଲରରେ ଦେଖାଯାଇଛି। ଏହି ଫିଲ୍ମରେ ନୋରା ଫତେହୀ ମଧ୍ୟ ନଜରକୁ ଆସିବେ। ଏଥିରେ ପ୍ରଭୁଦେବାଙ୍କ ଅଭିନୟ ମଧ୍ୟ ଖୁବ୍‌ ଭଲ ଲାଗୁଛି। ସେହିପରି ଅପାରଶକ୍ତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜରକୁ ଆସିବାକୁ ଯାଉଛନ୍ତି। ଏହି ଫିଲ୍ମଟି ୨୪ ଜାନୁୟାରୀରେ ରିଲିଜ୍‌ ହେବ।

Share