ପରପାରିରେ ‘ଶୋଲେ’ର କାଲିଆ

ମୁମ୍ବାଇ,୩୦।୯: ‘ଶୋଲେ’ ଫିଲ୍ମରେ କାଲିଆ ଭୂମିକାରେ ଅଭିନୟ କରି ଖ୍ୟାତି ହାସଲ କରିଥିବା ଅଭିନେତା ବିଜୁ ଖୋଟେଙ୍କର ସୋମବାର ୭୮ ବର୍ଷରେ ପରଲୋକ ହୋଇଛି। ଦୀର୍ଘ ଦିନ ଧରି ସେ ରୋଗଗ୍ରସ୍ତ ଥିଲେ। ସେ ୧୯୪୧ ଡିସେମ୍ବର ୧୭ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୬୪ରେ ବିଜୁ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ। ହିନ୍ଦୀ ସମେତ ବହୁ ମରାଠୀ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି। ‘ଶୋଲେ’ ଫିଲ୍ମରେ ମାତ୍ର ୭ ମିନିଟ୍‌ର ଅଭିନୟ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ତାଙ୍କର ‘ସରକାର ମେ ଆପ୍‌କା ନମକ୍‌ ଖାୟା ହୈ’ ଡାଇଲଗ୍‌ ଦର୍ଶକଙ୍କୁ ବେଶ୍‌ ଭଲ ଲାଗିଥିଲା।

Share