ପରଫ୍ୟୁମରୁ ଜାଣନ୍ତୁ ବ୍ୟକ୍ତିତ୍ୱ

ପ୍ରସାଧନ ସାମଗ୍ରୀ ମଧ୍ୟରେ ଅତର ବା ପରଫ୍ୟୁମ୍‌ ଆମର ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ। ଏହା ଆମକୁ ଦିନ ତମାମ ସତେଜ ରଖିବା ସହ ସୁଗନ୍ଧ ମଧ୍ୟ ପ୍ରଦାନ କରିଥାଏ। ଆଉ ଏହାକୁ ନେଇ ବିଭିନ୍ନ ବ୍ୟକ୍ତିଙ୍କ ପସନ୍ଦ ଭିନ୍ନ ଭିନ୍ନ ଥାଏ। ତେବେ ବ୍ୟବହାର କରୁଥିବା ପରଫ୍ୟୁମର ସୁଗନ୍ଧରୁ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ବି ଅନେକ କଥା ଜାଣିହୁଏ।

* ଉଡି ପରଫ୍ୟୁମ୍‌ ବା ଗଛର କାଠରୁ ନିର୍ମିତ ପରଫ୍ୟୁମ୍‌ ବ୍ୟବହାର କରୁଥିବା ବ୍ୟକ୍ତି ସାଧାରଣତଃ ପ୍ରକୃତିପ୍ରେମୀ ହୋଇଥାନ୍ତି। ଏହି ବ୍ୟକ୍ତିମାନେ ପେଶାଦାର, ନିଖୁଣତା ପ୍ରିୟ ତଥା ପାଠପଢା କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥାନ୍ତି।

* ଫ୍ଲୋରାଲ ପରଫ୍ୟୁମ ବା ଫୁଲ ବାସ୍ନାଯୁକ୍ତ ପରଫ୍ୟୁମ୍‌ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ମନ ଖୋଲା ମିଜାଜର। ଏମାନେ ବନ୍ଧୁପ୍ରିୟ ଓ ନମ୍ର ସ୍ବଭାବର ହୋଇଥାନ୍ତି। ସାଧାରଣତଃ ମହିଳାମାନେ ଏହି ପ୍ରକାର ପରଫ୍ୟୁମ ପସନ୍ଦ କରିଥାନ୍ତି।

* ଓରିଏଣ୍ଟାଲ ପରଫ୍ୟୁମ ଯେପରି ଭାନିଲା, ଚକୋଲେଟ, କଫି, ଡାଲଚିନି, ଲବଙ୍ଗ ଆଦି ବାସ୍ନାଯୁକ୍ତ ପରଫ୍ୟୁମ୍‌ ବ୍ୟବହାର କରୁଥିବା ବ୍ୟକ୍ତି ସାହସୀ ତଥା ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଲାଗି ଚେଷ୍ଟା କରିଥାନ୍ତି। ଏହି ବ୍ୟକ୍ତିମାନେ ତେଜସ୍ବୀ ତଥା ସର୍ବଦା ଉତଫୁଲ୍ଲିତ ରହିଥାନ୍ତି।

* ଫ୍ରୁଟ ପରଫ୍ୟୁମ ବା ଫଳ ବାସ୍ନାଯୁକ୍ତ ପରଫ୍ୟୁମ ସତେଜତା ପ୍ରଦାନ କରିଥାଏ। ଏହି ପରଫ୍ୟୁମ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଠାରେ ଯୁବ ସୁଲଭ ଗୁଣ ଥିବା ସହ ସେମାନେ ତେଜସ୍ବୀ ହୋଇଥାନ୍ତି।

* ଗ୍ରିନ ପରଫ୍ୟୁମ ବା ପତ୍ରରୁ ନିର୍ମିତ ପରଫ୍ୟୁମ୍‌ ପସନ୍ଦ କରୁଥିବା ବ୍ୟକ୍ତି ପ୍ରକୃତିପ୍ରେମୀ ହୋଇଥାନ୍ତି। ପ୍ରକୃତିକୁ ପାଖରୁ ଦେଖିବା ଏବଂ ଅନୁଭବ କରିବାକୁ ଏମାନେ ପସନ୍ଦ କରିଥାନ୍ତି। ଏହି ବ୍ୟକ୍ତିମାନେ ମାର୍ଜିତ ତଥା ଉତ୍କୃଷ୍ଟ ଜୀବନ ଶୈଳୀ ସହ ବଞ୍ଚିବାକୁ ଚେଷ୍ଟା କରିଥାନ୍ତି।