ପରଫ୍ୟୁମ୍‌-ଡିଓ ବି ମଶାଙ୍କୁ କରେ ଆକୃଷ୍ଟ…

କେତେକ ବ୍ୟକ୍ତିଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମଶା କାମୁଡ଼ନ୍ତି। ଏହା ସ୍ଥଳ ବିଶେଷରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ଲଡ୍‌ ଗ୍ରୁପ୍‌ ଉପରେ ନିର୍ଭର କରିଥାଏ। ତେବେ ପରଫ୍ୟୁମ୍‌, ଡିଓ ତଥା ଅନ୍ୟ ପ୍ରସାଧନ ସାମଗ୍ରୀ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ମଶା ଅଧିକ କାମୁଡ଼ିଥାନ୍ତି ବୋଲି ଚିକିତ୍ସା ବିଜ୍ଞାନୀ ପରାମର୍ଶ ଦେଇଛନ୍ତି। କେତେକ ପରଫ୍ୟୁମ୍‌, ଡିଓ ଏବଂ ଅନ୍ୟାନ୍ୟ ପ୍ରସାଧନ ସାମଗ୍ରୀରେ ଲାକ୍ଟିକ୍‌ ଏସିଡ୍‌ ରହିଥାଏ। ଏଥିପ୍ରତି ମଶା ଆକୃଷ୍ଟ ହୋଇ ସେହି ବ୍ୟକ୍ତିଙ୍କ ପାଖକୁ ଆସିଥାନ୍ତି। ଅପରପକ୍ଷରେ ମଶା ଲାକ୍ଟିକ୍‌ ଏସିଡ୍‌ର ବାସ୍ନାକୁ ମନେ ରଖି ଖୋଜି ଖୋଜି ଆସି ପରଫ୍ୟୁମ୍‌ ଓ ଡିଓ ବ୍ୟବହାର କରୁଥିବା ଲୋକଙ୍କୁ କାମୁଡ଼ିଥାନ୍ତି।

Share