Posted inଜାତୀୟ

ପରବର୍ତ୍ତୀ ଚ୍ୟାଲେଞ୍ଜ୍‌ ବାଚସ୍ପତି ନିର୍ବାଚନ

ମୁମ୍ବାଇ,୨୫ା୧୧: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଯୁଦ୍ଧ ପରିପ୍ରେକ୍ଷୀରେ ଭାଜପା, ଶିବସେନା, ଏନ୍‌ସିପି ଓ କଂଗ୍ରେସ ଆଗରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ବାଚସ୍ପତି ନିର୍ବାଚନ। ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ବେଳେ କେଉଁ ଦଳରୁ ବାଚସ୍ପତି ହେବେ ତାକୁ ନେଇ ଆରମ୍ଭ ହୋଇଯାଇଛି କସରତ।
ରାଜନୈତିକ ଦୃଷ୍ଟିରୁ ଦେଶର ଦ୍ୱିତୀୟ ବୃହତ୍‌ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ମହାରାଷ୍ଟ୍ରରେ ଘଡ଼ିକେ ଘୋଡ଼ା ଛୁଟୁଛି। ଶରଦ ପାଓ୍ବାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ଶନିବାର ବିଧାୟକ ଦଳ ପଦରୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତ ପାଓ୍ବାରଙ୍କୁ ହଟାଇ ଦେଇଛି। ତାଙ୍କ ସ୍ଥାନରେ ଦଳର ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟନ୍ତ ପାଟିଲଙ୍କୁ ଅବସ୍ଥାପିତ କରାଯାଇଛି। ଏନେଇ ରାଜଭବନକୁ ଅବଗତ କରାଯାଇଛି। ଅଜିତ ଏନ୍‌ସିପି ବିଧାୟକ ଦଳ ନେତା ନ ଥିବାରୁ ତାଙ୍କର କୌଣସି ପଦକ୍ଷେପର କିଛି ସୁଫଳ ହେବ ନାହିଁ ବୋଲି ଜଣେ ଆଇନ ବିଶେଷଜ୍ଞ କହିଛନ୍ତି। ସାଧାରଣତଃ ବରିଷ୍ଠତମ ବିଧାୟକଙ୍କୁ ପ୍ରୋଟେମ୍‌ ସ୍ପିକର ବା କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରାଯାଇଥାଏ। ରାଜ୍ୟପାଳ ଭଗତ ସିଂ କୋଶିୟାରୀ ପ୍ରୋଟେମ୍‌ ସ୍ପିକରଙ୍କୁ ଶପଥପାଠ କରାଇବା ପରେ ସେ ଅବଶିଷ୍ଟ ୨୮୭ ବିଧାୟକଙ୍କୁ ଶପଥ କରାଇବେ। ଏହା ପରେ ଶାସକ ଦଳ ପାଇଁ ଯେଉଁ ବଡ଼ ରାଜନୈତିକ ଓ ସାମ୍ବିଧାନିକ ପରୀକ୍ଷା ବିଧାନସଭାରେ ହେବ ତାହା ହେଉଛି ବାଚସ୍ପତି ନିର୍ବାଚନ। ଏପରି ସ୍ଥଳେ ଭାଜପା ଏବଂ ଅଜିତ ପାଓ୍ବାର ଦାବି କରୁଥିବା ଏନ୍‌ସିପି ବିଧାୟକମାନେ ସେମାନଙ୍କ ମଧ୍ୟରୁ ବାଚସ୍ପତି ନିର୍ବାଚିତ ହୁଅନ୍ତୁ ବୋଲି ଉଦ୍ୟମ କରିବେ। ସେମାନେ ବିଫଳ ହେଲେ ସରକାର ସ୍ବତଃ ଭାଙ୍ଗିଯିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ନେତୃତ୍ୱାଧୀନ ନୂଆ ସରକାରଙ୍କ ପାଇଁ ଆସ୍ଥାଭୋଟ କେବଳ ଏକ ଔପଚାରିକତା ହୋଇଯିବ। କାରଣ ନିଜ ପକ୍ଷରୁ ଜଣକୁ ବାଚସ୍ପତି କରାଇ ନ ପାରିଲେ ଫଡ୍‌ନବିସ ସରକାର ଚଳାଇବାର ସାମ୍ବିଧାନିକତା ଓ ବୈଧ ଅଧିକାର ହରାଇସାରିଥିବେ।
ବର୍ତ୍ତମାନ ଭାଜପା ପାଖରେ ନିଜର ୧୦୫ ବିଧାୟକ ଥିବାବେଳେ ୧୭୦ରୁ ଅଧିକ ବୋଲି ଦଳ ଦାବି କରୁଛି। ଅବଶିଷ୍ଟ ଅଜିତ ପାଓ୍ବାରଙ୍କ, ସ୍ବାଧୀନ ଓ ଛୋଟ ଦଳଗୁଡ଼ିକର ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଶିବସେନା-ଏନ୍‌ସିପି-କଂଗ୍ରେସ ମଧ୍ୟ ସେମାନଙ୍କ ନିକଟରେ ୧୬୫ ବିଧାୟକ ଥିବା କହୁଛନ୍ତି। ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ ରବିବାର ଏହା ସଙ୍କେତ ଦେଇଛନ୍ତି। ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତିଙ୍କୁ ମିଶାଇ ମୋଟ ସଦସ୍ୟ ସଂଖ୍ୟା ହେଉଛି ୨୮୮। ଉଭୟ ପକ୍ଷଙ୍କ ଦାବିକୁ ହିସାବ କଲେ ନିର୍ବାଚିତ ବିଧାୟକଙ୍କ ସଂଖ୍ୟାଠାରୁ ସମର୍ଥନକାରୀ ସଦସ୍ୟଙ୍କ ସଂଖ୍ୟା ଅଧିକ। ତେଣୁ ଗୋଟିଏ ପକ୍ଷର ଦାବି ମିଛ କିମ୍ବା ବିଭ୍ରାନ୍ତକର। ତେବେ ବାହାରେ ଦୁଇପକ୍ଷ ଯାହା ଦାବି କରନ୍ତୁ ନା କାହିଁକି ବିଧାନସଭା ଭିତରେ ବାଚସ୍ପତି ନିର୍ବାଚନ ବେଳେ ମହାରାଷ୍ଟ୍ର ଓ ସାରା ଦେଶର ଜନସାଧାରଣଙ୍କ ଆଗରେ ମିଛ ଧରାପଡ଼ିବ ବୋଲି ଜଣେ ବିଶ୍ଳେଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

ଶାହାଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ

ନୂଆଦିଲ୍ଲୀ,୧୯ା୧୨:ଭାରତୀୟ ସମ୍ବିଧାନର ସ୍ଥପତି ଡ. ଭୀମରାଓ ଆମ୍ବେଡକରଙ୍କ ଉପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ମନ୍ତବ୍ୟକୁ ନେଇ କ୍ଷୁବ୍ଧ ବିରୋଧୀ ଦଳ ଏମ୍‌ପିମାନେ ବୁଧବାର ତାଙ୍କ ବିରୋଧରେ...

ଆମ୍ବେଦକରଙ୍କ ପାଖରେ ଥିଲା ଏତିକି ଡିଗ୍ରୀ ସଂଖ୍ୟା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ନୂଆଦିଲ୍ଲୀ,୧୯।୧୨: ଭାରତର ସମ୍ବିଧାନର ସୃଷ୍ଟିକର୍ତ୍ତା ବା ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ କେବଳ ଜଣେ ସାମାଜିକ ସଂସ୍କାରକ କିମ୍ବା ରାଜନେତା ଭାବରେ ନୁହେଁ ବରଂ ଶିକ୍ଷାର...

ସକାଳୁ ସକାଳୁ ୫ ଆତଙ୍କବାଦୀ ନିହତ

ଶ୍ରୀନଗର,୧୯।୧୨: ଗୁରୁବାର ସକାଳେ ଜମ୍ମୁ କଶ୍ମୀରର କୁଲଗାମ ଜିଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।...

ମୁମ୍ବାଇ ସମୁଦ୍ରରେ ବୋଟ୍‌ ଓଲଟି ୧୩ ମୃତ

ମୁମ୍ବାଇ, ୧୯।୧୨:ମୁମ୍ବାଇର ଗେଟ୍‌ଓ୍ବେ ଅଫ୍‌ ଇଣ୍ଡିଆରୁ ଏଲିଫାଣ୍ଟା ଦ୍ୱୀପ ଯାଉଥିବା ନୀଲକମଲ ନାମକ ଏକ ଯାତ୍ରୀବାହୀ ମୋଟର ବୋଟ୍‌ ସହ ବୁଧବାର ଅପରାହ୍ନ ପ୍ରାୟ ୪ଟାରେ...

ଖୁବ ଶୀଘ୍ର ପୃଥିବୀରେ ଓହ୍ଲାଇବ ସୂର୍ଯ୍ୟ! ୨୪ ଘଣ୍ଟା ରହିବ ଆଲୋକ, ଜାଣନ୍ତୁ ନ୍ୟୁକ୍ଲିୟର ଫ୍ୟୁଜନ ପ୍ଲାନ କ’ଣ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୯।୧୨: ଆମେ ସୌର ଶକ୍ତି ଏବଂ ଆଣବିକ ଶକ୍ତି ବିଷୟରେ ବହୁତ କିଛି ଦେଖିଛୁ ଏବଂ ଶୁଣିଛୁ, କିନ୍ତୁ ଖୁବ ଶୀଘ୍ର ହାଇଡ୍ରୋଜେନ ଆଧାରିତ ଶକ୍ତି...

ଜାନୁୟାରୀ ୨୬ରେ ମୁଖ୍ୟମନ୍ତ୍ରୀଙ୍କୁ ଗୁଳି କରିଦେବି, ଅଭିଯୁକ୍ତ ଗିରଫ

ଲାକ୍ଷ୍ନ,୧୯।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ଏଥର ଯୁବକ ୧୧୨କୁ ଡାଏଲ କରି ଜାନୁୟାରୀ ୨୬ରେ ମୁଖ୍ୟମନ୍ତ୍ରୀ ଯୋଗୀ...

୧୮ ଓଟିଟି ପ୍ଲାଟ ଫର୍ମକୁ ବ୍ଲକ କଲା କେନ୍ଦ୍ର, ଜାଣନ୍ତୁ ସରକାର କାହିଁକି ନେଲେ ଏହି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୯।୧୨: ଏହି ବର୍ଷ ଅଶ୍ଳୀଳ ତଥା ଅଶ୍ଳୀଳ ବିଷୟବସ୍ତୁ ଯୋଗୁଁ କେନ୍ଦ୍ର ସରକାର ୧୮ ଟି ଓଟିଟି ପ୍ଲାଟଫର୍ମକୁ ଅବରୋଧ କରିଛନ୍ତି। ବୁଧବାର (ଡିସେମ୍ବର ୧୮)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri