Categories: ଜାତୀୟ

ପରମବୀର ହେଲେ ମୁମ୍ବାଇର ନୂଆ ପୋଲିସ କମିଶନର

ମୁମ୍ବାଇ,୨୯।୨: ମହାରାଷ୍ଟ୍ରର ଆଣ୍ଟି କରପଶନ୍‌ ବ୍ୟୁରୋ (ଏସିବି)ର ମୁଖ୍ୟ ପରମବୀର ସିଂହଙ୍କୁ ମହାରାଷ୍ଟ୍ର ସରକାର ମୁମ୍ବାଇର ନୂଆ ପୋଲିସ କମିଶନର ଭାବେ ନିଯୁକ୍ତ କରିଛନ୍ତି। ବର୍ତ୍ତମାନର ପୋଲିସ କମିଶନର ସଞ୍ଜୟ ବାର୍ଭେଙ୍କ ସ୍ଥାନ ନେବେ ପରମବୀର। ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ପରମବୀରଙ୍କ ୩୨ ବର୍ଷର କ୍ୟାରିୟର ଭିତରେ ବହୁ ଭଲ ରେକର୍ଡ ରହିଛି। ହାଇପ୍ରୋଫାଇଲ୍‌ ମାମଲାକୁ ସେ ବେଶ୍‌ କୁଶଳତାପୂର୍ବକ ସମ୍ଭାଳିଥାନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନର ପୋଲିସ କମିଶନର ସଞ୍ଜୟ ବାର୍ଭେ ଶନିବାର ଅବସର ଗ୍ରହଶ କରିଛନ୍ତି। ଗତ ବର୍ଷ ଅଗଷ୍ଟ ୩୧ରେ ସେ ଅବସର ନେଇସାରିଛନ୍ତି। କିନ୍ତୁ କୌଣସି କାରଣରୁ ୨ଥର ତାଙ୍କର କାର୍ଯ୍ୟକାଳକୁ ୩ ମାସ ବୃଦ୍ଧି କରାଯାଇଥିଲା।

Share