ପରମହଂସ ସେତୁରେ ଲୁଟେରାଙ୍କ ଦୌରାତ୍ମ୍ୟ

କଟକସଦର,୧୨ା୧(ଡି.ଏନ୍‌.ଏ.): କାଠଯୋଡ଼ି ନଦୀର ପରମହଂସ ସେତୁରେ ରାତିରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ସନ୍ଧ୍ୟା ହେଲେ କେତେଜଣ ଯୁବକ ସେତୁ ଉପରେ ଆଡ୍ଡା ଜମାଉଛନ୍ତି। ଫଳରେ ପରମହଂସ, ଗୋବିନ୍ଦପୁର, ରାଉତ୍ରାପୁର, କଳପଡ଼ା ଅଞ୍ଚଳର ଲୋକମାନେ ଯିବା ଆସିବାରେ ନିରାପଦ ମଣୁନାହାନ୍ତି। ଗୁରୁବାର ରାତିରେ ୪୨ମୌଜା ଫାଣ୍ଡି ଅନ୍ତର୍ଗତ କୂଳ କଳପଡ଼ାଗ୍ରାମର ରଣଜିତ ବିଶ୍ୱାଳଙ୍କୁ କେତେଜଣ ନିଶାସକ୍ତ ଯୁବକ ମରଣାନ୍ତକ ଆକ୍ରମଣ କରି ତାଙ୍କ ବାଇକ୍‌ ଭାଙ୍ଗିବା ସହ ଟଙ୍କା ଛଡ଼ାଇ ନେଇଥିଲେ। ଏ ନେଇ ୪୨ମୌଜା ଫାଣ୍ଡିରେ ଅଭିଯୋଗ ହୋଇଛି। ଏହି ସେତୁରେ ଲାଇଟ୍‌ ଲାଗିଥିଲେ ମଧ୍ୟ ଲୁଟେରାମାନେ ଅପରାଧ ଘଟାଇବାକୁ ଭୟ କରୁନାହାନ୍ତି ା ମଦ ପିଇବା ସହ ସେତୁ ଦେଇ ଯାଉଥିବା ଲୋକମାନଙ୍କୁ ଗାଳିଗୁଲଜ କରୁଛନ୍ତି। ଏହି ସେତୁ କନ୍ଦରପୁର ଥାନା ଓ କଟକ ସଦର ଥାନାର ମିଳିତ ଅଞ୍ଚଳ ହୋଇଥିବାରୁୁ ପୋଲିସ ତୁରନ୍ତ ସେମାନଙ୍କୁ ଧରିବାକୁ ଦାବି ହୋଇଛି ା

Share