Categories: ଜାତୀୟ

ପରମ୍ପରା ବଜାୟ ରଖିଲେ ମୋଦି

ନୂଆଦିଲ୍ଲୀ,୨୬।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣତନ୍ତ୍ର ଦିବସ ଅବସରରେ ପରମ୍ପରା ବଜାୟ ରଖିଛନ୍ତି ବୋଲି ଆଲୋଚନା କରାଯାଉଛି। ସାଧାରଣତନ୍ତ୍ର ଦିବସ ଅବସରରେ ମୋଦି ସାଫା ବାନ୍ଧି ଏହି ପରମ୍ପରା ବଜାୟ ରଖିଥିବା କୁହାଯାଉଛି। ତାହପୁଣି ଗେରୁଆ ବା କମଳା ରଙ୍ଗର। ପାରମ୍ପରିକ କୁର୍ତ୍ତା ପାଇଜାମା ସହ ସାଫା ବାନ୍ଧି ଚଳିତବର୍ଷ ମୋଦି ଇଣ୍ଡିଆ ଗେଟ୍‌ରେ ଥିବା ଅମର ଯବାନ ଜ୍ୟୋତି ପରିବର୍ତ୍ତେ ପ୍ରଥମ ଥର ଲାଗି ନବ ନିର୍ମିତ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାଧାରଣତନ୍ତ୍ର ଦିବସ ଓ ସ୍ବାଧିନତା ଦିବସ ଅବସରରେ ମୋଦି କୁର୍ତ୍ତା ପାଇଜାମା ସହ ଯେଉଁ ସାଫା ବାନ୍ଧନ୍ତି ତାହା ସବୁବେଳେ ଚର୍ଚ୍ଚାରେ ରହିଥାଏ।

Share