Categories: ଜାତୀୟ

ପରଲୋକରେ ଏନ୍‌ଡି ତିଓ୍ବାରୀଙ୍କ ପୁଅ ରୋହିତ

ନୂଆଦିଲ୍ଲୀ,୧୭ା୪(ପି.ଟି.): ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଏନ୍‌ଡି ତିଓ୍ବାରୀଙ୍କ ପୁଅ ରୋହିତ ଶେଖରଙ୍କ ପରଲୋକ ହୋଇଛି। ନୂଆଦିଲ୍ଲୀର ସାକେତସ୍ଥିତ ଏକ ଘରୋଇ ହସ୍ପିଟାଲକୁ ମଙ୍ଗଳବାର ସନ୍ଧ୍ୟା ୫ଟାରେ ତାଙ୍କୁ ଗୁରୁତର ଅବସ୍ଥାରେ ଅଣାଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।
ରୋହିତଙ୍କ ମା’ ଉଜ୍ୱଳା ତିଓ୍ବାରୀ ଚିକିତ୍ସାଧୀନ ଥିବା ମ୍ୟାକ୍ସ ହସ୍ପିଟାଲକୁ ଅପରାହ୍ନ ୪ଟା ୪୧ରେ ତାଙ୍କ ଘରୁ ଏକ ଜରୁରୀ ଫୋନ୍‌କଲ୍‌ ଯାଇଥିଲା। ରୋହିତଙ୍କୁ ଏକ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା। ସେତେ ବେଳେ ତାଙ୍କ ନାକରୁ ରକ୍ତସ୍ରାବ ହେଉଥିଲା। କିଛି ସମୟର ଚିକିତ୍ସା ପରେ ସେ ଆଖି ବୁଜି ଦେଇଥିଲେ। ରୋହିତ ୨୦୧୭ରେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଥିଲେ।

Share