Advertisement
Categories: ଜାତୀୟ

ପରଲୋକରେ ଓମ ପ୍ରକାଶ ଚୌତାଲାଙ୍କ ସ୍ତ୍ରୀ

ହରିୟାଣା,୧୨।୮: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କ ସ୍ତ୍ରୀ ସ୍ନେହଲତାଙ୍କର ରବିବାର ପରଲୋକ ହୋଇଛି। କିଛିଦିନ ହେବ ଅସୁସ୍ଥ ଥିବା ସ୍ନେହଲତାଙ୍କର ୮୧ ବର୍ଷ ବୟସରେ ରବିବାର ଗୁରଗାଓଁର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିବା ସୂଚନା ମିଳିଛି। ନ୍ୟାଶନାଲ ଲୋକ ଦଳ ନେତା ଅଶୋକ ଆରୋରା ଫୋନ୍‌ ଯୋଗେ ଏହି ସୂଚନା ଦେଇଛନ୍ତି। ଶଇକ୍ଷକ ନିଯୁକ୍ତି ମାମଲାରେ ହେରଫେର ନେଇ ଚୌତାଲା ଜେଲରେ ଥିବା ସମୟରେ ସ୍ନେହଲତା ଦେହତ୍ୟାଗ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share