ପରଲୋକରେ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତ

କଟକ ଅଫିସ,୩୦ା୬ : ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ କଟକ ଶଙ୍କରପୁରସ୍ଥିତ ବାସଭବନରେ ହୃଦ୍‌ଘାତରେ ରବିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ସ୍ବର୍ଗତ ରାଉତ ‘ସୁନା ହରିଣୀ’, ‘ସୁନା ଚଢ଼େଇ’, ‘ସନ୍ତାନ’ ଓ ‘ଭୀଷ୍ମପ୍ରତିଜ୍ଞା’ ଭଳି ଲୋକପ୍ରିୟ ଚଳଚ୍ଚିତ୍ରର ପ୍ରଯୋଜନା କରିଥିବାବେଳେ ବଙ୍ଗଳା ଫିଲ୍ମ ‘ଜୀବନସଙ୍ଗୀ’ର ମଧ୍ୟ ପ୍ରଯୋଜକ ଥିଲେ। ଏହା ସହିତ ଅନେକ ଟିଭି ସିରିଏଲର ମଧ୍ୟ ସେ ପ୍ରଯୋଜନା କରିଥିଲେ। ତାଙ୍କ ବିୟୋଗରେ ଓଲିଉଡ୍‌ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି।

Share