Categories: ଜାତୀୟ

ପରଲୋକରେ ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀ

ରାୟପୁର,୨୯।୫: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଶୁକ୍ରବାର ପରଲୋକ ଘଟିଛି। ସେ ୨୦ ଦିନ ହେବ ହୃଦଘାତରେ ପୀଡିତ ହୋଇ ରାୟପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ପୁଅ ଅମିତ ଯୋଗୀ ପିତାଙ୍କ ମୃତ୍ୟୁ ଖବର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଅଜିତ ଯୋଗୀ ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ। ୨୦୦୦ ନଭେମ୍ବରୁ ୨୦୦୩ ପର୍ଯ୍ୟନ୍ତ ଛତିଶଗଡର ମୁଖ୍ୟମନ୍ତ୍ରୀ ଥିଲେ। ୨୦୧୬ ରେ ସେ କଂଗ୍ରେସରୁ ଇସ୍ତଫା ଦେଇ ଜନତା କଂଗ୍ରେସ ଛତିଶଗଡ ନାମକ ଏକ ଦଳ ଗଠନ କରିଥିଲେ।

Share