Categories: ଜାତୀୟ

ପରଲୋକରେ ପଦ୍ମଶ୍ରୀ ନବନୀତା ଦେବ୍‌ସେନ

କୋଲକାତା,୮।୧୧: ପ୍ରଖ୍ୟାତ ଅର୍ଥନୀତିଜ୍ଞ ନୋବେଲ ବିଜେତା ଡ.ଅମର୍ତ୍ତ୍ୟ ସେନଙ୍କ ପ୍ରଥମ ସ୍ତ୍ରୀ ନବନୀତା ଦେବ୍‌ ସେନଙ୍କ ଗୁରୁବାର ସଂନ୍ଧ୍ୟାରେ ଦକ୍ଷିଣ କୋଲକୋତା ସ୍ଥିତ ବାସଭବନରେ ମୃତ୍ୟୁ ହୋଇଛି। ମୃତ୍ୟୁ ସମୟରେ ତାଙ୍କୁ ୮୧ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନରୁ ସେ ଅସୁସ୍ଥ ରହିଥିଲେ।  ତାଙ୍କର ୨ ଝିଅ ଅନ୍ତରା ଓ ନନ୍ଦନା ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ୧୯୩୮ ଜାନୁୟାରୀ ୧୩ରେ କୋଲକାତାରେ  ଜନ୍ମଗ୍ରହଣ କରିଥିଲେ ନବନୀତା । ସେ ଥିଲେ ଜଣେ ବିଶିଷ୍ଟ ସାହିତ୍ୟିକ।  ନିଜର କୃତି ଲାଗି ସାହିତ୍ୟ ଏକାଡେମୀ ପୁରସ୍କାର ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୧୯୫୮ରେ ଅର୍ଥନୀତିରେ ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନଙ୍କୁ ସେ ବିବାହ କରିଥିଲେ। ଏହାପରେ ୧୯୭୬ରେ ଦୁଇଜଣଙ୍କର ବିବାହ ବିଚ୍ଛେଦ ହୋଇଥିଲା।

Share