ପରଲୋକରେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଜାକ୍‌ ଶିରାକ୍‌

ପ୍ୟାରିସ୍‌,୨୭।୯(ଆଇଏଏନ୍‌ଏସ୍‌): ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଜାକ୍‌ ଶିରାକ୍‌ଙ୍କ ଗୁରୁବାର ପରଲୋକ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ୨୦୦୭ରୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ଶିରାକ୍‌ଙ୍କ ଫୁସ୍‌ଫୁସ୍‌ ସଂକ୍ରମଣ ହେବା ପରେ ଦୀର୍ଘଦିନ ହେଲା ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ନିଜ ଆମତ୍ୀୟସ୍ବଜନଙ୍କ ଗହଣରେ ଶାନ୍ତିରେ ଶେଷନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ଜାମାତା ଫ୍ରେଡେରିକ୍‌ ସଲାଟବାରୋଉକ୍ସ ସୂଚନା ଦେଇଛନ୍ତି। ଶିରାକ୍‌ ୧୯୭୪-୧୯୭୬ ଓ ୧୯୮୬-୧୯୮୮ ଦୁଇଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ୧୯୯୫ରୁ ଦୁଇଥର ଫ୍ରାନ୍ସର ରାଷ୍ଟ୍ରପତି ହୋଇ ୨୦୦୭ରେ ପଦ ଛାଡ଼ିଥିଲେ।

Share