Categories: ଜାତୀୟ

ପରଲୋକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା

ଲକ୍ଷ୍ନୌ,୨୦।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିଷ୍ଟଙ୍କର ସୋମବାର ୮୯ ବର୍ଷ ବୟସରେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ସେ ଭେଣ୍ଟିଲେଟରରେ ଥିଲେ। ସୋମବାର ସକାଳ ୧୦ଟା ୪୪ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି। ଗୋଟିଏ ପଟେ କରୋନା ମୁକାବିଲା ଲାଗି ଗଠିତ ଟିମ୍‌-୧୧କୁ ନେଇ ଯୋଗୀ ଆଦିତ୍ୟନାଥ ବୈଠକ କରୁଥିବା ସମୟରେ ଅନ୍ୟପଟେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଛି। ଏହି ଖବର ପାଇବା ପରେ ବି ସେ ବୈଠକକୁ ସ୍ଥିଗିତ ରଖି ନାହାନ୍ତି।

Share