ପରଲୋକରେ ଲୋକପ୍ରିୟ ନିର୍ଦ୍ଦେଶକ, ହ୍ରିତିକ୍‌ଙ୍କ ଅଜା ଓମ୍‌ ପ୍ରକାଶ

ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ତଥା ଅଭିନେତା ହ୍ରିତିକ୍‌ ରୋଶନଙ୍କ ଅଜା ଓମ୍‌ ପ୍ରକାଶଙ୍କ ବୁଧବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ ଚଳଚ୍ଚିତ୍ର ‘ଆଖିର କ୍ୟୁ, ଆପ୍‌ କି କସମ୍‌, ଆଇ ମିଲନ କି ବେଲା, ଆୟା ସାଓ୍ବନ ଝୁମ୍‌ କେ, ଆଏ ଦିନ ବାହାର କେ, ଆଦମୀ ଖିଲୋନା ହେ ଆଦିକୁ ନିର୍ଦ୍ଦେଶନା ଦେଇଥିଲେ। ଅଭିନେତା ଦୀପକ ପାରାଶର ନିଜର ଟୁଇଟର ପୃଷ୍ଠାରେ ଏହି ସୂଚନା ଦେବା ସହ ଭାରତୀୟ ସିନେମା ଜଗତକୁ ତାଙ୍କର ଅବଦାନ ଅପୂରଣୀୟ ବୋଲି ସେ କହିଛନ୍ତି।

ତେବେ ଓମ୍‌ଙ୍କ ବେଶ ନିକଟତର ଥିଲେ ହ୍ରିତିକ୍‌। ନିକଟରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ସୁପର-୩୦ର ପ୍ରମୋଶନ କରିବା ସମୟରେ ହ୍ରିତିକ୍‌ ତାଙ୍କ ଅଜାଙ୍କୁ ସୁପର ଶିକ୍ଷକ ବୋଲି କହିଥିଲେ।

Share