ପରଲୋକରେ ଶ୍ରୀ ଗଣେଷ ଫେମ୍‌ ଅଭିନେତା ଜଗେଶ ମୁକାତି

ମୁମ୍ବାଇ,୧୧।୬: ଟେଲି କଳାକାର ତଥା ଶ୍ରୀ ଗଣେଷ ଫେମ୍‌ ଅଭିନେତା ଜଗେଶ ମୁକାତିଙ୍କ ନିଧନ ହୋଇଛି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ ୩-୪ ଦିନ ହେବ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ଅଚାନକ ମୃତ୍ୟୁରେ ପୁରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଜଗେଶଙ୍କ ମୃତ୍ୟୁକୁ ନେଇ ତାରକ ମେହେତାର ଉଲଟା ଚଷମା ଫେମ୍‌ ଅଭିନେତ୍ରୀ ଅମ୍ବିକା ରଞ୍ଜନକର ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି।

ଜଗେଶଙ୍କ ସହ ନିଜର ଏକ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରି ଅମ୍ବିକା ଭାବପ୍ରବଣ ଏକ ମେସେଜ ଲେଖିଥିବା ଦେଖିବାକୁ ମିଳିଛି। ପୂର୍ବରୁ ଜଗେଶ ଓ ଅମ୍ବିକା ଏକାସାଙ୍ଗେ କାମ କରିସାରିଛନ୍ତି। ସୂଚନାଯୋଗ୍ୟ, ଟିଭି ଶୋ ସହ ଜଗେଶ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି। ଏଥିସହ ଗୁଜୁରାଟ ଥିଏଟରରେ ମଧ୍ୟ କାମ କରି ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅମିତା କା ଅମିତ, ଶ୍ରୀ ଗଣେଷ ଭଳି ଶୋରୁ ତାଙ୍କୁ ଏକ ନୂଆ ପରିଚୟ ମିଳିଥିଲା। ଏଥିରେ ଜଗେଶଙ୍କ ଅଭିନୟକୁ ପ୍ରଶଂସକ ବେଶ ପସନ୍ଦ କରିଥିଲେ।

Share