ପରଲୋକରେ ସିନେ ଅଭିନେତା ସୁନିଲ ନାୟକ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ଓଡ଼ିଆ ଧାରାବାହିକ ତଥା ସିନେ ଅଭିନେତା ସୁନିଲ ନାୟକଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ହୃଦ୍‌ଘାତରେ ସୁନିଲଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଏକ କମେଡି ଧାରାବାହିକର ସୁଟିଂ ସେଟ୍‌ରେ ସୁନିଲ ଅଚାନକ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସୁନିଲ ଅନେକ ଚଳଚ୍ଚିତ୍ର ଓ ଧାରାବାହିକରେ ଅଭିନୟ କରିଥିଲେ। ପରଲୋକ ପରେ ବହୁ ଟେଲି କଳାକାର ସୁନିଲଙ୍କ ପାର୍ଥୀବ ଶରୀରର ଅନ୍ତିମ ଦର୍ଶନ କରିଛନ୍ତି।

Share