ପରଲୋକରେ ସ୍ବାଧୀନତା ସଂଗ୍ରାମୀ ରାହାସ ବିହାରୀ

ବାହାନଗା, ୧।୬(ଡି.ଏନ.ଏ.)-ବାହାନଗା ବ୍ଲକ ପଣପଣା ପଞ୍ଚାୟତର କହଁରାଗୋହିରୀ ଗ୍ରାମର ସ୍ବାଧୀନତା ସଂଗ୍ରାମୀ ରାହାସ ବିହାରୀ ନାୟକ(୯୫)ଙ୍କ ଶନିବାର ସକାଳେ ପରଲୋକ ହୋଇଛି। ସେ ଦୀର୍ଘଦିନ ହେଲା ଆଜମ୍। ରୋଗରେ ଆକ୍ରାନ୍ତ ହୋଇଥିଲେ। କିଛିଦିନ ହେଲା ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ତାଙ୍କୁ ଚିକିତ୍ସାଳୟରୁ ଘରକୁ ଫେରାଇ ଅଣାଯାଇଥିଲା। ଶନିବାର ପୂର୍ବାହ୍ନ ସାଢେ ୧୧ଟାରେ ନିଜ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କ ଦୁଇ ପୁଅ ଓ ବୋହୂ, ୪ ଝିଅ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନୀଳଗିର ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ତାଙ୍କ ବାସଭବନକୁ ଯାଇ ଶେଷଦର୍ଶନ କରିଥିଲେ।
୧୯୨୪ ମସିହାରେ ଜନ୍ମଗ୍ରହଣ କରିଥିବା ରାହାସ ବିହାରୀ ଭାରତଛାଡ଼ ଆନ୍ଦୋଳନ ଓ ଲବଣ ସତ୍ୟାଗ୍ରହରେ ସାମିଲ ହୋଇ କାରାବରଣ କରିଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗତ ୨୦୧୬ ମସିହାରେ ବାହାନଗା ବ୍ଳକ ସାମ୍ବାଦିକ ସଂଘ ତରଫରୁ ତାଙ୍କୁ ମୁକ୍ତି ସଂଗ୍ରାମ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଭାରତର ପ୍ରଧାନମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ତରଫରୁ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ତନିସ୍କ ପକ୍ଷରୁ ବାରିପଦାରେ ଭବ୍ୟ ଷ୍ଟୋରର ଶୁଭାରମ୍ଭ

ବାରିପଦା,୬ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ଟାଟାର ଅଂଶ ତଥା ଭାରତର ସର୍ବବୃହତ୍‌ ଗହଣା ଖୁଚୁରା ବ୍ରାଣ୍ଡ୍‌ ତନିସ୍କ ପକ୍ଷରୁ ଓ ୧୭ତମ ମୟୂରଭଞ୍ଜ ଜିଲା ବାରିପଦାରେ ଏହାର...

ମଦ ବୋଝେଇ ସ୍କର୍ପିଓରେ ନିଆଁ ଲଗାଇ ଦେଲେ ଲୋକେ

ସିମୁଳିଆ,୫।୯(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନାଠାରୁ ୨କି.ମି. ଦୂର ୧୬ନମ୍ବର ଜାତୀୟ ରାଜପଥର ଭଗିଆ ଗାଁ ନିକଟରେ ଗୁରୁବାର ରାତିରେ ଏକ ମଦ ବୋଝେଇ...

ସୁଭଦ୍ରା ଯୋଜନା: ଶେଷ ମୁହୂର୍ତ୍ତରେ ଆଧାର ସଂଶୋଧନ ପାଇଁ ଜନସେବା କେନ୍ଦ୍ରରେ ବିଶୃଙ୍ଖଳା

ସୋର,୪।୯(ଜନ୍ମେଜୟ ମିଶ୍ର): ଓଡ଼ିଶା ସରକାରଙ୍କ ଫ୍ଲାଗସିପ୍ ଯୋଜନା ‘ସୁଭଦ୍ରା ଯୋଜନା’ ଶହ ଶହ ମହିଳାଙ୍କୁ ଆଧାର କାର୍ଡ ଅପଡେଟ୍ / ସଂଶୋଧନ କରିବା ପାଇଁ ଆଧାର...

୩ ମାସ ତଳେ କରିଥିଲେ ବିବାହ, ଘରୁ ମିଳିଲା ଝୁଲନ୍ତା ମୃତଦେହ: ନବବଧୂଙ୍କ ବାପା ଆଣିଲେ ସାଂଘାତିକ ଅଭିଯୋଗ

ଖଇରା,୩।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଗଡପୋଖରୀ ପଞ୍ଚାୟତ ଅଧୀନ ତେନ୍ତଳାଗଡିଆ ଗ୍ରାମରେ ମାତ୍ର ୩ ମାସ ତଳେ ବିବାହ କରିଥିବା ଜଣେ ନବବଧୂଙ୍କ...

ମା’ ପାଇଁ ଗଛଟିଏ ଲଗାଇଲେ ବିଧାୟକ

ରସାଳପୁର, ୩।୯(ଶରତ ସାମଲ): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ ଖାନନଗର ପଞ୍ଚାୟତ ବାଙ୍ଗରା ଗ୍ରାମସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟର ଯୁକ୍ତ ୩ ଡିଗ୍ରୀ କଲେଜ ପକ୍ଷରୁ...

ବାପଘରୁ ଶାଶୁଘର ଫେରିବା ବେଳେ ମହିଳାଙ୍କୁ ଗଣବଳାତ୍କାର

ବାଲେଶ୍ୱର,୩୦।୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଞ୍ଚଳରୁ ଏକ ଲଜ୍ଜାକର ଘଟଣା ସାମ୍‌ନାକୁ ଆସିଛି। ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ବାଲିଆପାଳ ଥାନାରେ ଅଭିଯୋଗ...

ଯୁବକ ପାଇଲେ ନୂଆ ପରିଚୟ: ଅଜୟରୁ ଏବେ ରିଙ୍କି

ଜଳେଶ୍ୱର,୩୦ା୮(ନବୀନ ସାହୁ): ଥିଲେ ପୁଅ, ହେଲେ ଝିଅ। ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲରେ ବିରଳ ଅସ୍ତ୍ରୋପଚାର ପରେ ଜଣେ ଯୁବକ ପାଇଛନ୍ତି ନୂଆ ପରିଚୟ। ସମାଜରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri