Categories: ଜାତୀୟ

ପରଲୋକରେ ୯୯ ବର୍ଷ ବୟସ୍କା ଯୋଗ ପ୍ରଶିକ୍ଷିକା: କରିଥିଲେ ନିଜ ମୃତ୍ୟୁର ଭବିଷ୍ୟବାଣୀ

କୋୟମ୍ବାଟୁର,୨୭।୧୦: ଯୋଗ ଶିକ୍ଷା କ୍ଷେତ୍ରରେ ଖ୍ୟାତି ହାସଲ କରିଥିବା ଯୋଗ ପ୍ରଶିକ୍ଷିକା ପଦ୍ମଶ୍ରୀ ବି. ନାନମ୍ମଲ୍‌ଙ୍କର ୯୯ ବର୍ଷ ବୟସରେ ପରଲୋକ ହୋଇଛି। ତାମିଲ୍‌ନାଡୁର କୋୟମ୍ବାଟୁରଠାରେ ତାଙ୍କର ପରଲୋକ ହୋଇଯାଇଛି। ସେ ନିଜ ଜୀବନକାଳରେ ୧୦ ଲକ୍ଷରୁ ଅଧିକ ଶିକ୍ଷାର୍ଥୀଙ୍କୁ ଯୋଗଶିକ୍ଷା ଦେଇଛନ୍ତି। ପ୍ରତିଦିନ ତାଙ୍କ ପାଖରେ ଶହେରୁ ଅଧିକ ଶିକ୍ଷାର୍ଥୀ ଯୋଗ ଶିଖୁଥିଲେ। ତାଙ୍କୁ ସଭିଏଁ ସ୍ନେହରେ ଯୋଗ ଦାଦି ମା ଡାକୁ ଥିଲେ। ତାଙ୍କର ମୃତ୍ୟୁ ୪୮ ଦିନ ମଧ୍ୟରେ ହେବ ବୋଲି ସେ ଭବିଷ୍ୟବାଣୀ କରିଥିଲେ। ତେବେ ଭବିଷ୍ୟବାଣୀ ହୋଇଥିବା ତାରିଖର ୮ ଦିନ ପୂର୍ବରୁ ସେ ଦେହତ୍ୟାଗ କରିଥିବା ପରିବାର ସଦସ୍ୟ କହିଛନ୍ତି।

Share