ପରଶାନକେ ଦୁଖିନୀ ମା’ର ଆକୁଲ ନିବେଦନ:ରାଜ୍‌ର ଉଚ ଚିକିତ୍ସାରେ ଟଁକା ବାଧକ୍‌

କଲମପୁର,୧୯।୭ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ମଣ୍ଡଳ ପଁଚେତ୍‌ ଅଧୀନ ଭାଟିଗଁାର ନିସାହା ବିଧବା ମରୁଆ ଝାଙ୍କର(୪୬)କଁର ସାନ ପୁଓ ରାଜ ଝାଙ୍କର(୬)। କେହେନ୍‌ସି କାରନ୍‌ରୁ ରାଜକଁର ପିଠିରେ ହାଡ଼୍‌ ଆର ମାଉଁସ ବଢ଼ବାରେ ଲାଗିଛେ। ହେଲେ ଅଭାବ ଅନାଟନରୁ ମା’ ପୁଓର ଚିକିସତ୍ା କରେଇ ନାଇଁ ପାରବାର।
ସୂଚନା ଅନ୍‌ସାରେ ଭାଟିଗଁାର ସ୍ବର୍ଗତ ମୋହନ ଝାଙ୍କରକଁର ବିଧବା ମାଏକିନା ହେଉଛନ୍‌ ମରୁଆ ଝାଙ୍କର। ଏହେଦେ ତାକର ପରିବାର କହିଲେ ୩ ପୁଓ ଆର ଗୁଟେ ଝି’କେ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ମରୁଆ କୁଲିମଜୁରି କରି ପିଲାଛୁଆକର ପେଟ ପାଲୁଛନ୍‌। ଆପ୍‌ନେ ମୋହନ ୩ ବଛର ତଲେ ଆରପାରକେ ଚାଲିଯାଇଛନ୍‌। ହେଲେ ମରୁଆ ଆଏଜ୍‌ତକ ବିଧବା ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ସରକାରୀ ସାହାଯ୍‌ କହେଲେ ରାଶନ କାର୍ଡରେ ଫିମାସ ପାଉଥିବାର ଚାଉଲ ଦୁରା। ହେଲେ ସେଟା ବି ପରିବାରକେ ନିଅଁଟ ହେଉଛେ। ଇ ସମିଆରେ କେହେନ୍‌ସି କାରନ୍‌ରୁ ସାନ୍‌ପୁଓ ରାଜ୍‌ର ପିଠିଥି ହାଡ଼୍‌ ଆର ମାଉଁସ ବଢ଼ୁଛେ। ମରୁଆ ଅଭାବ ଅନାଟନ ଭିତରେ ବି ଚିକିସତ୍ା ଲାଗି ପୁଓକେ ଭବାନୀପାଟଣାର ଗୁଟେ ଘରୋଇ ଡାକ୍‌ତରଖାନାକେ ନେଇଥିଲେ। ସେଠାନେ ଡାକ୍‌ତର ଇଥିରଲାଗି ଅପରେଶନ ଦରକାର ଆର ଇଥି ବହୁତ ଟଁକା ଖରଚ୍‌ ହେବା ବଲି କହିଥିଲେ। ଇ କଥା ଶୁନି ମରୁଆ ନିରାଶ ହେଇ ପୁଓକେ ଧରି ଘରକେ ଫିରିଆଏଲେ। ଇଆଡ଼େ କୁଲିମଜୁରି କରି ପିଲାଛୁଆକର ପେଟ ପୁଷ୍‌ଲା ବେଲେ ମରୁଆକୁଁ ଭିଡ଼ ହେଇଯାଉଛେ। ଏନ୍‌ତାଥି ସେ ସାନ୍‌ପୁଓର ଚିକିସତ୍ା ଲାଗି ଚିନ୍‌ତା ବି କରି ନାଇଁପାରବାର। ଏହେଦେ ସେ ଉପେ ଶୂଇନ୍‌ ହେଇ ଗଣମାଧ୍ୟମ ଜରିଆରେ ପୁଓର ଚିକିସତ୍ା ସାହାଯ୍‌ ଲାଗି ଜିଲା ଆର ଥାନୀୟ ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ କଲମପୁର ବିଡିଓ ହେମ ସାଗର ଭୋଇକୁଁ ପଚରାଲାରୁ ଇ ଘଟନାଟା ଜିଲାପାଲକଁର ଅଭିଯୋଗ ଶୁନାନିକେ ଆସିଥିଲା। ରାଜର ଚିକିସତ୍ା ବେବସ୍‌ତା କରବାକେ ଜିଲାପାଲ ବି କହିଛନ୍‌। ଘଟନାଟା ଆମର ନଜରରେ ଅଛେ ଆର ବିଧବା ମରୁଆକୁଁ ବହୁତ ଜଲଦି ଭତା ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।