Posted inଜାତୀୟ

ପରସ୍ପରକୁ ପ୍ରଶଂସା, ମୋଦିଙ୍କୁ ଟାର୍ଗେଟ: ୨୪ ବର୍ଷ ପରେ ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନ୍‌ପୁରୀ,୨୦ା୪(ପି.ଟି.): ଦୀର୍ଘ ୨୪ ବର୍ଷର ଶତ୍ରୁତାକୁ ଭୁଲି ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ଉତ୍ତରପ୍ରଦେଶର ଦୁଇ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଓ ମୁଲାୟମ୍‌ ସିଂ ଯାଦବ। ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ଓ ସମାଜବାଦୀ ପାର୍ଟି (ଏସ୍‌ପି) ପ୍ରତିଷ୍ଠାତା ମୁଲାୟମ ଶୁକ୍ରବାର ମୈନ୍‌ପୁରୀର ଏକ ନିର୍ବାଚନୀ ସଭାରେ ଗୋଟିଏ ମଞ୍ଚରେ ଏକତ୍ରିତ ହେବା ଜାତୀୟ ରାଜନୀତିର ସବୁଠୁ ଚର୍ଚ୍ଚିତ ଘଟଣା ପାଲଟିଛି। ମାୟାବତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ନକଲି ନେତା’ ବୋଲି ସମାଲୋଚନା କରିବା ସହ ମୁଲାୟମ୍‌ଙ୍କୁ ପଛୁଆ ବର୍ଗର ଜଣେ ‘ପ୍ରକୃତ ନେତା’ ଭାବେ ଅଭିହିତ କରିଛନ୍ତି। ଏହାସହ ସେ ମୁଲାୟମ୍‌ଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଅନ୍ୟପକ୍ଷରେ ମାୟାବତୀଙ୍କ ଋଣ କେବେ ଭୁଲି ପାରିବେନାହିଁ ବୋଲି କହି ପ୍ରଶଂସାରେ ତାଙ୍କୁ ପୋତି ଦେଇଛନ୍ତି ୭୯ ବର୍ଷୀୟ ମୁଲାୟମ୍‌।
ଏସ୍‌ପି-ବିଏସ୍‌ପି ମଧ୍ୟରେ ମେଣ୍ଟ ହୋଇଥିଲା। ଦୁଇ ଦଳ ମିଶି ଦୁଇବର୍ଷ ସରକାର ଚଳାଇଥିଲେ। ୧୯୯୫ ମେ ମାସରେ ଲକ୍ଷ୍ନୌସ୍ଥିତ ଭିଭିଆଇପି ଗେଷ୍ଟ ହାଉସ୍‌ରେ ଏସ୍‌ପି କର୍ମୀମାନେ ମାୟାବତୀଙ୍କୁ ଦୁର୍ବ୍ୟବହାର ଦେଖାଇବା ପରେ ମେଣ୍ଟ ଭାଙ୍ଗିଯାଇଥିଲା। ସେବେଠୁ ଦୁଇନେତା ପରସ୍ପରକୁ କେବେ ଚାହିଁ ନ ଥିଲେ। ଏହାର ୨୪ ବର୍ଷ ପରେ ରାଜନୀତିର ବାଧ୍ୟବାଧକତା ଉଭୟଙ୍କୁ ପୁଣି ଏକାଠି କରିଛି ଗୋଟିଏ ମଞ୍ଚରେ। ଖ୍ରୀଷ୍ଟିୟାନ୍‌ କଲେଜ ଗ୍ରାଉଣ୍ଡରେ ଆୟୋଜିତ ସଭାରେ ତାଙ୍କ ସହ ସାମିଲ ହୋଇଥିଲେ ମହାମେଣ୍ଟର ସୂତ୍ରଧର ତଥା ଏସ୍‌ପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ। ଏସ୍‌ପି-ବିଏସ୍‌ପି-ଆର୍‌ଏଲ୍‌ଡି ମହାମେଣ୍ଟ ପକ୍ଷରୁ ମୈନ୍‌ପୁରୀ ଲୋକ ସଭା ଆସନର ପ୍ରାର୍ଥୀ ହୋଇଥିବା ମୁଲାୟମ୍‌ ମଞ୍ଚ ଉପରକୁ ଆସିବାବେଳେ ମାୟାବତୀ ତାଙ୍କୁ ଛିଡ଼ାହୋଇ ସ୍ବାଗତ କରିଥିଲେ। ଏସ୍‌ପିର ଦୁର୍ଗ ଭାବେ ପରିଚିତ ମୈନ୍‌ପୁରୀରେ ‘ମାୟାବତୀ ଜୀ’ଙ୍କୁ ସବୁବେଳେ ସମ୍ମାନ ଦେବାକୁ ଦଳୀୟ ସମର୍ଥକଙ୍କୁ ମୁଲାୟମ୍‌ ପରାମର୍ଶ ଦେଇଥିଲେ। ମୁଲାୟମ୍‌ କହିଥିଲେ, ଅନେକ ଦିନ ପରେ ମାୟାବତୀଙ୍କ ସହ ଗୋଟିଏ ମଞ୍ଚରେ ଛିଡ଼ା ହୋଇଛି। ଶେଷଥର ପାଇଁ ନିର୍ବାଚନ ଲଢ଼ୁଥିବାରୁ ବିପୁଳ ଭୋଟରେ ବିଜୟୀ କରିବାକୁ ସେ ମତଦାତାଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ଦେଶରେ ବଢ଼ିଚାଲିଥିବା ନାରୀ ନିର୍ଯାତନାକୁ ନେଇ କେନ୍ଦ୍ର ଉପରେ ସେ ବର୍ଷିଥିଲେ। ତେବେ ୧୯୯୫ ଘଟଣାକୁ ମାୟାବତୀ ଭୁଲିପାରି ନ ଥିବା ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି। ମାୟାବତୀ କହିଥିଲେ, ଗେଷ୍ଟ ହାଉସ୍‌ ଘଟଣା ସତ୍ତ୍ୱେ ସେ ମୁଲାୟମ୍‌ଙ୍କ ପାଇଁ କାହିଁକି ପ୍ରଚାର କରିଆସିଛନ୍ତି ସେନେଇ ଲୋକଙ୍କ ମନରେ ପ୍ରଶ୍ନ ଥାଇପାରେ। ହେଲେ ଏସ୍‌ପି ସହିତ ମେଣ୍ଟ କରିବାର କଠିନ ନିଷ୍ପତ୍ତି ଦେଶ, ଜନସାଧାରଣ ଓ ଦଳୀୟ ଅଭିଯାନର ସ୍ବାର୍ଥ ପାଇଁ ନିଆଯାଇଛି। ମୁଲାୟମ୍‌ ସବୁ ବର୍ଗର ଲୋକଙ୍କୁ ନେଇ ଏସ୍‌ପି ଟିକେଟ ଦେଇଛନ୍ତି। ଦଳ ତାଙ୍କୁ ମୋଦିଙ୍କ ଭଳି ନକଲି ନୁହେଁ, ବରଂ ପଛୁଆ ବର୍ଗର ଅସଲ ନେତା ବୋଲି ମନେକରୁଛି। ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳୁ ସରକାରୀ କଳର ଅପବ୍ୟବହାର କରିଆସିଛନ୍ତି। ଏବେ ତାଙ୍କର ନକଲି ଚୌକିଦାରି ଡ୍ରାମା ଭାଜପାକୁ ଆଉ ବଞ୍ଚାଇ ପାରିବନାହିଁ। ମାୟବତୀ ‘ଜୟ ଭୀମ’ ସ୍ଲୋଗାନ ସହ ‘ଜୟ ଲୋହିଆ’ ଯୋଡ଼ି ନିଜ ବକ୍ତବ୍ୟ ଶେଷ କରିଥିଲେ। ସେହିପରି ଅଖିଳେଶ କହିଥିଲେ, ଭାଜପା ବାଲା ‘ନୂଆ ଭାରତ’ ଗଢ଼ିବା କଥା କହୁଛନ୍ତି। ଆମେ କହୁଛି ନୂଆ ପ୍ରଧାନମନ୍ତ୍ରୀ ଦରକାର। ନୂଆ ପ୍ରଧାନମନ୍ତ୍ରୀ ଆସିଲେ ଦେଶ ଆପେ ବଦଳିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ବିବାଦରୁ ମହିଳାଙ୍କୁ ହତ୍ୟା ପରେ ଜାଳିଦେଲେ

ଇଟାଓ୍ବା, ୧୩।୪: ଉତ୍ତରପ୍ରଦେଶର ଇଟାଓ୍ବାରେ ଏକ ଜମି ବିବାଦକୁ କେନ୍ଦ୍ରକରି ଅଞ୍ଜଳି (୨୫) ନାମ୍ନୀ ଜଣେ ମହିଳାଙ୍କୁ ଗଳାଚିପି ହତ୍ୟା ପରେ ଜାଳି ଦେଇଛନ୍ତି ୨...

କଲେଜ ପିଲାଙ୍କୁ ଜୟ ଶ୍ରୀରାମ କହିବାକୁ କହି ବିବାଦରେ ତାମିଲନାଡୁ ରାଜ୍ୟପାଳ

ମଦୁରାଇ,୧୩।୪: ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍‌ଗୁଡ଼ିକୁ ମଞ୍ଜୁରୀ ନ ଦେଇ ଦୀର୍ଘଦିନ ପକାଇରଖିବା ଘଟଣାରେ ଗତ ୮ ତାରିଖରେ ସୁପ୍ରିମକୋର୍ଟରୁ ଭର୍ତ୍ସିତ ହୋଇଥିବା ତାମିଲନାଡୁ ରାଜ୍ୟପାଳ...

ପଶ୍ଚିମବଙ୍ଗ ପରେ ଆସାମକୁ ବ୍ୟାପିଲା ଓ୍ବକ୍‌ଫ ନିଆଁ : ବିକ୍ଷୋଭକାରୀଙ୍କ ଟେକାମାଡ଼, ପୋଲିସର ଲାଠିଚାର୍ଜ

ଗୁଆହାଟୀ,୧୩ା୪: ପଶ୍ଚିମବଙ୍ଗରେ ଲାଗିଥିବା ଓ୍ବକ୍‌ଫ ଆଇନ ବିରୋଧୀ ଆନ୍ଦୋଳନର ନିଆଁ ରବିବାର ଆସାମକୁ ବ୍ୟାପିଛି। କେନ୍ଦ୍ର ସରକାରଙ୍କ ଏହି ସଂଶୋଧିତ ଆଇନ ବିରୋଧରେ ଆସାମର ଚମରାଗୁଡ଼ମ୍‌,...

ପ୍ରଥମ ଥର ଶକ୍ତିଶାଳୀ ଲେଜର୍ ବେସଡ୍ ଓ୍ୱିପନ୍ ପ୍ରଦର୍ଶନ କଲା ଭାରତ, ଚମକି ପଡ଼ିଲା ବିଶ୍ୱ

ନୂଆଦିଲ୍ଲୀ,୧୩।୪: ଭାରତ ପ୍ରଥମ ଥର ପାଇଁ ଏକ ଡ୍ରୋନକୁ ଖସାଇ ଦେବା ପାଇଁ ଉଚ୍ଚ-ଶକ୍ତିଶାଳୀ ଲେଜର-ବେସଡ୍ ଓ୍ୱିପନ୍ ବ୍ୟବହାର କରି ଏକ ଭବିଷ୍ୟତରେ ଆବଶ୍ୟକ ଅସ୍ତ୍ରର...

ମୁର୍ଶିଦାବାଦ ହିଂସା ପାଇଁ ମୋଦି, ଯୋଗୀ, ଶାହା ଦାୟୀ: ଟିଏମସି ବିଧାୟକ

ଚେନ୍ନାଇ,୧୩।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ନୂତନ ୱାକଫ ଆଇନ ବିରୋଧରେ ବଡ଼ ଧରଣର ହିଂସା ଘଟିଛି। ଯେଉଁଥିରେ ୩ ଜଣ ପ୍ରାଣ ହରାଇଥିଲା ବେଳେ ଅନେକ ଆହତ...

ଏପ୍ରିଲ ୧୫ ରୁ ଜୁନ୍ ୧୪ ଯାଏ ସମୁଦ୍ରରେ ମାଛଧରା ଉପରେ ପ୍ରତିବନ୍ଧକ ଲଗାଇଲେ ରାଜ୍ୟ ସରକାର

ଚେନ୍ନାଇ,୧୩।୪: ସାମୁଦ୍ରିକ ସମ୍ପଦ ସଂରକ୍ଷଣ ଏବଂ ଅଣ୍ଡାଦାନ ଋତୁରେ ମାଛ ପ୍ରଜନନକୁ ସୁରକ୍ଷା ଦେବା ପାଇଁ ଲକ୍ଷ୍ୟରେ ରଖି ରାଜ୍ୟ ସରକାର ସମୁଦ୍ରରେ ମାଛଧରା ଉପରେ...

ବିବାହର ପ୍ରତିଶ୍ରୁତି ଦେଇ ମହିଳା ଡାକ୍ତରଙ୍କୁ ବଳାତ୍କାର ଅଭିଯୋଗ; IPS ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

ନାଗପୁର,୧୩।୪: ମହାରାଷ୍ଟ୍ରର ନାଗପୁରରେ ମହିଳା ଡାକ୍ତରଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଅଭିଯୋଗରେ ଜଣେ ୩୦ ବର୍ଷୀୟ IPS ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ...

NIA କଷ୍ଟଡିରେ କେମିତି କଟୁଛି ରାଣାଙ୍କ ଦିନ? କରୁଛନ୍ତି ମାତ୍ର ୩ଟି ଜିନିଷ ଡିମାଣ୍ଡ

ନୂଆଦିଲ୍ଲୀ,୧୩।୪: ଦିଲ୍ଲୀରେ ଜାତୀୟ ତଦନ୍ତ ସଂସ୍ଥା (NIA) ର ହେପାଜତରେ ତହଉର ରାଣା କିପରି ଦିନ ବିତାଉଛନ୍ତି, ଏହା ଏପରି ଏକ ପ୍ରଶ୍ନ ଯାହା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image