ପରସ୍ପରଠୁ ଦୂରତ୍ୱ ରଖି ଶିବିରରେ ବସିଲେ

ସମ୍ବଲପୁର, ୭।୫ (ବ୍ୟୁରୋ)- ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଶ୍ରମିକ ଆଇନ ଆଧାରିତ କରୋନା ସଚେତନତା ଶିବିର ଗୁରୁବାର ଏଡିଆର କେନ୍ଦ୍ର କୋଠା ପରିସରରେ ସାମାଜିକ ଦୂରତ୍ୱ ପାଳନ ସହ ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଦୌରାଜଜ୍‌ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ହୋଇଥିଲେ । ଶିଶୁ ଶ୍ରମିକ ଆଇନ, କୋଭିଡ-୧୯ ଭୂତାଣୁ ଜନିତ ରୋଗରୁ କିପରି ମୁକ୍ତ ହେବେ, ସାମାଜିକ ଦୂରତ୍ୱକୁ ନେଇ ପାୱାର ପଏଣ୍ଟ ମାଧ୍ୟମରେ ସଚେତନ କରାଯାଇଥିଲା । ଏଥିରେ ସସସ୍ତ ବିଚାର ବିଭାଗୀୟ ଅଧିକାରୀ, ଆଇନଜୀବୀ, ପାରାଲିଗାଲ ସାମାଜିକ କର୍ମୀ ଯୋଗ ଦେଇଥିଲେ । ପ୍ରାଧିକରଣ ସଚିବ ଲିଲି ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Share