Categories: ଜାତୀୟ

ପରସ୍ପର ବୁଝାମଣା ଭିତରେ କଶ୍ମୀର ସମସ୍ୟାର ହେଉ ସମାଧାନ

ନୂଆଦିଲ୍ଲୀ,୧୮।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ପାକିସ୍ତାନ ଭାରତ ବିରୋଧୀ ବୟାନ ଦେଇ ଆସୁଛି। ଆଉ ଭାରତକୁ ଘେରିବାକୁ ଅନ୍ତରାଷ୍ଟ୍ରୀୟ ସହାୟତା ମଧ୍ୟ ମାଗୁଛି। ହେଲେ ସବୁଠାରୁ ସେ ନିରାଶ ହେଉଛି। ଜାତିସଂଘ ପରେ ଏବେ ୟୁରୋପୀୟ ସଂଘର ସଂସଦରୁ ମଧ୍ୟ ପାକିସ୍ତାନକୁ ମିଳିଛି ଝଟ୍‌କା। ତେବେ ୟୁରୋପୀୟ ସଂଘର ସଂସଦ କହିଛି ପାକିସ୍ତାନ ଓ ଭାରତ ପରସ୍ପର ମଧ୍ୟରେ କଥାବାର୍ତ୍ତା ହୋଇ କଶ୍ମୀର ସମସ୍ୟାର ସମାଧାନ କରନ୍ତୁ। ଏଥିରେ ଅନ୍ୟକେହି ହସ୍ତକ୍ଷେପ କରିବା ଠିକ୍‌ ହେବନାହିଁ। ସୂଚନାଯୋଗ୍ୟ, କଶ୍ମୀର ସମସ୍ୟାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଜାତିସଂଘରେ ଏହି କଥା ଉଠାଇଥିଲେ ହେଲେ ସେଠାରେ ତାଙ୍କୁ ସହଯୋଗ ମିଳି ନ ଥିଲା। ଏହାପରେ ମୁସଲିମ୍‌ ଦେଶ ଗୁଡିକୁ ମଧ୍ୟ ସହାୟତା ମାଗିଥିଲେ ଇମ୍ରାନ, ସେଠାରୁ ମଧ୍ୟ ସେହି ଏକା ଉତ୍ତର ଆସିଥିଲା।

Share