ପରାଜୟକୁ ସହଜରେ ଗ୍ରହଣ କରିପାରୁନି ଭାଜପା

ଭଞ୍ଜନଗର,୨୬।୫(ଡି.ଏନ.ଏ.)-ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ଭାଜପା ଜିତିବ ବୋଲି ଦଳର ଅଧିକାଂଶ ନେତା ଓ କର୍ମୀ ନିଶ୍ଚିତ ଥିଲେ। ଏନେଇ ଦଳୀୟ ନେତା ଓ କର୍ମୀମାନେ ମତଦାନ ପରଠୁ ଦମ୍ଭୋକ୍ତି ପ୍ରକାଶ କରିଆସୁଥିଲେ। ନିର୍ବାଚନରେ ଦଳର ପରାଜୟ ନେଇ କର୍ମୀମାନେ ବହୁତ ହତୋତ୍ସାହିତ ହେବାସହ ପରାଜୟକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଗ୍ରାମାଞ୍ଚଳରେ ବର୍ତ୍ତମାନ ଭାଜପା କର୍ମୀମାନେ ଗଁା ଦାଣ୍ଡରେ ବସି ପରାଜୟ କାହିଁକି ହେଲେ, କେଉଁଠି କେତେ ଭୋଟ ମିଳିଛି ସେନେଇ ତର୍ଜମା ଚଳାଇଛନ୍ତି। ଆଉ କେତେଜଣ ଆରଥରକୁ ଦେଖିବା ବୋଲି କହୁଛନ୍ତି। ଭାଜପା ନେତାମାନେ ଏହି ନିର୍ବାଚନରେ ବିଜୟ ପାଇଁ ପ୍ରାଣପଣେ ଚେଷ୍ଠା କରିଥିଲେ। କିନ୍ତୁ ପୁରୁଖା ନେତା ତଥା ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖଙ୍କ ଗୋଟି ଚାଳନା ଭାଜପାର ସ୍ବପ୍ନକୁ ଧୂଳିସାତ୍‌ କରିଦେଇଛି।
କିନ୍ତୁ ଏହି ନିର୍ବାଚନରେ ବିଜେଡିର ଭୋଟ ବିଜୟ ବ୍ୟବଧାନ ଗତ ନିର୍ବାଚନ ତୁଳନାରେ କମିବାକୁ ନେଇ ଦଳକୁ ମଧ୍ୟ ଧକ୍କା ଲାଗିଛି। ଦଳର ନେତାମାନେ ଆତ୍ମସମୀକ୍ଷା କରୁଛନ୍ତି କେଉଁ କାରଣରୁ ଭୋଟ କମିଲା। ଏଥିସହ ତ୍ରୁଟିକୁ ସୁଧାରି ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ନିର୍ବାଚନକୁ କିଭଳି ମୁକାବିଲା କରାଯିବ ସେନେଇ ଯୋଜନା ପ୍ରସ୍ତୁତ ଲକ୍ଷ୍ୟରେ ଅଛନ୍ତି। କଂଗ୍ରେସ ନେତା ପ୍ରାର୍ଥୀପତ୍ର ଦାଖଲ ଆରମ୍ଭରୁ ହିଁ ଦୁର୍ବଳ ସ୍ଥିତିରେ ଥିଲେ। ଦଳୀୟ ଗୋଷ୍ଠୀ କନ୍ଦଳ ଓ ଦଳଛାଡି ଅନେକ ନେତା ଭାଜପାକୁ ଚାଲିଯିବା ଯୋଗୁ ଦଳର ବିପର୍ଯ୍ୟୟ ହୋଇଛି। ଆଉ କେତେଜଣ ନେତା ଦଳର ବିଭିନ୍ନ ପଦ ପଦବୀରେ ଥାଇ ମଧ୍ୟ ଖୋଲାଖୋଲି ଭାବେ ଅନ୍ୟ ଦଳର ନେତାଙ୍କୁ ସମର୍ଥନ କରିଥିଲେ। ଏହିଭଳି ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ହାଇକମାଣ୍ଡଙ୍କ ନିକଟରେ ଦାବୀ କରିଥିବା ଜଣାପଡିଛି। ସେହିଭଳି ପ୍ରାର୍ଥୀ ନରସିଂହ ଗୌଡ, ପୁର୍ଣ୍ଣଚନ୍ଦ୍ର ପ୍ରଧାନ, ବିରେନ୍ଦ୍ର ଗୌଡ ମଧ୍ୟ କାହିଁକି ବହୁତ କମ୍‌ ଭୋଟ ପାଇଲେ ସେନେଇ ସମୀକ୍ଷା କରୁଛନ୍ତି। ଚଳିତ ନିର୍ବାଚନରେ ନୋଟାରେ ୧୪୪୧ ଜଣ ଭୋଟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri