ପରାଜୟର ମାନସ ମନ୍ଥନ କଲା ଗଞ୍ଜାମ କଂଗ୍ରେସ

ବ୍ରହ୍ମପୁର ଅଫିସ,୨୪ା୬-ସାଧାରଣ ନିର୍ବାଚନର ଅଢ଼େଇ ମାସ ଓ ଫଳାଫଳ ଘୋଷଣାର ମାସେ ପୂରିବା ଦିନ ରବିବାର ଦଳର ଶୋଚନୀୟ ପରାଜୟ ନେଇ ମାନସ ମନ୍ଥନ କରିଛି ଗଞ୍ଜାମ ଜିଲା କଂଗ୍ରେସ। ଅତୀତରେ କଂଗ୍ରେସର ଦୁର୍ଗ ରୂପେ ଚିହ୍ନଟ ହୋଇଥିବା ଏହି ଜିଲାରେ ଦଳର ବିପର୍ଯ୍ୟୟ ଘଟିଛି। ୧୨ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ ଜଣ ଅମାନତ ହରାଇଛନ୍ତି। ସେହିପରି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଏବଂ ଆସିକା ସଂସଦୀୟ କ୍ଷେତ୍ରରେ ଲଢ଼ିଥିବା କଂଗ୍ରେସ ସମର୍ଥିତ ସିପିଆଇ ପ୍ରାର୍ଥୀ ମଧ୍ୟ ଅମାନତ ରଖିବାରେ ସକ୍ଷମ ହୋଇ ନ ଥିଲେ। କେବଳ ସାନଖେମୁଣ୍ଡି ଆସନର କଂଗ୍ରେସ ପ୍ରାର୍ଥୀ ରମେଶ ଜେନା ନିର୍ବାଚିତ ହୋଇଛନ୍ତି।
ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ନିଷ୍ପତ୍ତି ଓ ନିର୍ଦ୍ଦେଶରେ ରବିବାର ଭୁବନେଶ୍ୱରରୁ ବ୍ରହ୍ମପୁର ଆସିଥିଲେ ୬ ଜଣିଆ ଟିମ। ଏହାର ନେତୃତ୍ୱ ନେଇଥିଲେ କଟକ ବିଧାୟକ ମହମ୍ମଦ ମୁକିମ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ସମେତ ଶୁଭେନ୍ଦୁ ମହାନ୍ତି, ମହିଳା କଂଗ୍ରେସ ନେତ୍ରୀ ବବିତା ପରିଡ଼ା, ବିଶ୍ୱଜିତ ଦାସ ପ୍ରମୁଖ ସାମିଲ ହୋଇଥିଲେ। ଜିଲା କଂଗ୍ରେସ କାର୍ଯ୍ୟାଳୟ ବାପୁଜୀ ଆଶ୍ରମରେ ପରାଜୟର କାରଣ ନେଇ ହୋଇଥିଲା ସମୀକ୍ଷା। ଜିଲା କଂଗ୍ରେସ ସଭାପତି ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡାଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ ପିସିସି ଟିମ୍‌। ଦଳର ସଂଗଠନକୁ ଦୁର୍ବଳ କରି ଦେଇ ନିର୍ବାଚନର ବର୍ଷକ ପୂର୍ବରୁ ଦଳ ଛାଡିଥିବା ବିଶ୍ୱାସଘାତକ ଓ ଅର୍ଥ ଅଭାବ ପରାଜୟର ମୁଖ୍ୟ କାରଣ ହୋଇଥିବା ଜିଲା କର୍ମକର୍ତ୍ତା ସଫେଇ ଦେଇଥିଲେ। ଟିକେଟ ବଣ୍ଟନରେ ତ୍ରୁଟି ଆଉ ଏକ କାରଣ ହୋଇଥିବା କୁହାଯାଇଥିଲା।
ପୌର ନିର୍ବାଚନ ନିକଟତର ହୋଇଥିବାରୁ ଗଞ୍ଜାମ ଜିଲାରେ ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ମଜଭୁତ କରିବା ପାଇଁ ପିସିସି ଟିମ ଗୁରୁତ୍ୱ ଦେଇଥିଲେ। ଦଳ ବିରୋଧୀଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଏଣିକି ଜୋନସ୍ତରରେ ସଂଗଠନକୁ ସଜାଡ଼ିବା, ଧର୍ମକୁ ନେଇ ରାଜନୀତି କରୁଥିବା, ସାମନ୍ତବାଦ ଓ ପୁଞ୍ଜିବାଦର ବିଲୋପ ଘଟାଇ ଧର୍ମ ନିରପେକ୍ଷ ବଜାୟ ରଖିବା ପାଇଁ କଂଗ୍ରେସ ଏକମାତ୍ର ଦଳ ହୋଇଥିବାରୁ ସେ ସମ୍ପର୍କରେ କର୍ମୀମାନେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ପାଇଁ ପିସିସି ଟିମ୍‌ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ବେଳାଭୂମିରେ ମଲା କଇଁଛ: ଖାଇଗଲେ ବିଲୁଆ, କୁକୁର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ପ୍ରାୟଗି ଗ୍ରାମସ୍ଥିତ ସମୁଦ୍ର ବେଳାଭୂମିରେ କିଛି ମଲା କଇଁଛ ପଡ଼ିଥିବା ଏବଂ ସେମାନଙ୍କୁ ବିଲୁଆ...

ଭାରତ ବନ୍ଦ ପାଳନ: ଜ଼ିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିକ୍ଷୋଭକାରୀ

ଛତ୍ରପୁର,୩୧।୧୨(ଦିଲ୍ଲୀପ ସାମଲ): ଭାରତ ମୁକ୍ତି ମୋର୍ଚ୍ଚା ତତ୍ତ୍ୱାବଧାନରେ ନ୍ୟାୟ ପାଇଁ ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା, ଭିଟାମାଟି ସୁରକ୍ଷା ଅଭିଯାନ, ଗଞ୍ଜାମ ଜ଼ିଲା ବାଉରୀ...

କ୍ଲବ୍‌, ହୋଟେଲରେ ଜମିବ ମେଲୋଡି

ବ୍ରହ୍ମପୁର,୩୧ା୧୨(ସ୍ମୃତି ରଞ୍ଜନ ମହାଲିକ): ୨୦୨୪କୁ ବିଦାୟ ଦେଇ ମଙ୍ଗଳବାର ରାତି ୧୨ଟାରେ ନୂତନ ବର୍ଷ ୨୦୨୫କୁ ସ୍ବାଗତ ଜଣାଇବା ପାଇଁ ଉତ୍କଣ୍ଠା ବଢ଼ିଛି। ବ୍ରହ୍ମପୁର ମହାନଗରବାସୀ...

କ୍ରିପ୍ଟୋ କରେନ୍ସି ନାଁରେ ୧ ଲକ୍ଷ ଠକେଇ

ବ୍ରହ୍ମପୁର,୩୦।୧୨(ସୁବାସ ଚନ୍ଦ୍ର ପାଢ଼ୀ): କ୍ରିପ୍ଟୋ କରେନ୍ସି ନାଁରେ ବ୍ରହ୍ମପୁରର ଜଣେ ଯୁବକଙ୍କଠାରୁ ଟଙ୍କା ଠକେଇ ହୋଇଛି। ସାଇବର ଠକ ପ୍ରାୟ ୧ ଲକ୍ଷ ଟଙ୍କା ଠକି...

ଦିଲ୍ଲୀ ପ୍ୟାରେଡ଼ରେ ଯୋଗଦେବେ ସୁମେଶ

ଗଞ୍ଜାମ,୩୦ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ କଲେଜ ସିନିୟର୍‌ ଡିଭିଜନ ନାଭାଲ ଏନ୍‌ସିସି କ୍ୟାଡେଟ ସୁମେଶ ପଲାଇ ଦିଲ୍ଲୀ ଜନପଥରେ ଅନୁଷ୍ଠିତ ହେବାକୁ ଥିବା ୨୦୨୫ ପ୍ୟାରେଡ଼ରେ ଭାଗ...

କିଶାନ ମଜଦୂର ସଭା ପକ୍ଷରୁ ବିକ୍ଷୋଭ: ମୁଖ୍ୟମନ୍ତ୍ରୀଙ୍କୁ ଦେଲେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ସର୍ବ ଭାରତୀୟ କୃଷକ ଓ କୃଷି ସଙ୍ଗଠନ ଅଖିଳ ଭାରତ କିଶାନ ମଜଦୂର ସଭା(ଏଆଇକେଏମ୍‌ଏସ୍‌) ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଫସଲ...

ନିର୍ବାଚନ ପରେ ପ୍ରଥମ ଥର ହିଞ୍ଜିଳି ଗସ୍ତରେ ନବୀନ: ଫସଲ ହାନି ନେଇ ଚାଷୀଙ୍କ ସହ କଲେ ଆଲୋଚନା

ହିଞ୍ଜିଳିକାଟୁ,୩୦।୧୨(ଦ୍ବିତୀକୃଷ୍ଣ ପଣ୍ଡା): ରାଜ୍ୟ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ସୋମବାର ନିଜ ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ସାଧାରଣ ନିର୍ବାଚନ ପରେ...

ପୁଣି ତେଜିଲା ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀଙ୍କ ଆନ୍ଦୋଳନ

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ବିଭିନ୍ନ ଦାବି ନେଇ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri