Categories: ଜାତୀୟ

ପରାଜୟ ପରେ କାନ୍ଦିଲେ ପଙ୍କଜା

ମୁମ୍ବାଇ,୨୫-୧୦:ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଭାଜପା ପ୍ରାର୍ଥୀ ପଙ୍କଜା ମୁଣ୍ଡେ ବିଧାନସଭା ନିର୍ବାଚନରେ ହାରିଯିବା ପରେ କାନ୍ଦି ପକାଇଥିଲେ। ପାର୍ଲି ଆସନରୁ ନିର୍ବାଚନ ଲଢ଼ୁଥିବା ପଙ୍କଜାଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ନିର୍ବାଚନ ପ୍ରଚାର କରିଥିଲେ। ତେବେ ଜନାଦେଶକୁ ସମ୍ମାନ ଦେଉଥିବା ସେ କହିବା ସହ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପାଇଁ କାମ କରିଚାଲିବେ ବୋଲି ଖବରଦାତାମାନଙ୍କୁ କହିଛନ୍ତି। ନିର୍ବାଚନରେ ହାରିଯିବେ ବୋଲି ସେ କେବେ କଳ୍ପନା କରି ନ ଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମହାରାଷ୍ଟ୍ର ସରକାରରେ ଗ୍ରାମାଞ୍ଚଳ ବିକାଶ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିଲେ। ତାଙ୍କ ପରିବାର ସହ ସମ୍ପର୍କ ଛିନ୍ନ କରିଥିବା ସମ୍ପର୍କୀୟ ଭାଇ ତଥା ଏନ୍‌ସିପି ପ୍ରାର୍ଥୀ ଧନଞ୍ଜୟ ମୁଣ୍ଡେ ପାର୍ଲି ଆସନରୁ ବିଜୟୀ ହୋଇଛନ୍ତି। ଧନଞ୍ଜୟ ବିଧାନ ପରିଷଦରେ ବିରୋଧୀ ଦଳ ନେତା ଥିଲେ।

Share